Odisha News

ନୟାଗଡ଼ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୁରୁ ପ୍ରସାଦ ଜେନା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୭/୪ : ନୟାଗଡ଼ ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୁରୁ ପ୍ରସାଦ ଜେନା। ମ୍ୟୁନିସିପାଲଟି ର ସମସ୍ତ ୧୬ ଗୋଟି ଓ୍ବାର୍ଡ କୁ ବିଜେଡି ଦଖଲ କରିବାବେଳେ ଅଧ୍ୟକ୍ଷା ଭାବେ ବିଜେଡି ପକ୍ଷରୁ ନିରୁପମା ଖଟେଇ ନିର୍ବାଚିତ ହୋଇଥିଲେ।
ଗୁରୁବାର ଉପାଧ୍ୟକ୍ଷ ପଦବୀ ପାଇଁ କେବଳ ଗୁରୁ ପ୍ରସାଦ ଜେନା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିବାରୁ ଶ୍ରୀଯୁକ୍ତ ଜେନା ଙ୍କୁ ଉପାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ଦୁଇଜଣ ଯାକ ପୁର୍ବରୁ ନୟାଗଡ଼ ଏନଏସି ଥିବାବେଳେ ଏନଏସି ର ନଗରପାଳିକା ଏବଂ ନଗରପାଳ ରହି ସାରିଛନ୍ତି।
ନୟାଗଡ଼ ମ୍ୟୁନିସିପାଲଟି ହେବାପରେ ଦୁଇଜଣ ପୁଣି ଥରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନବନିର୍ବାଚିତ ସମସ୍ତ କାଉନସିଲର ମାନଙ୍କୁ ନେଇ ପୈାରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ନୟାଗଡ଼ କୁ ନୂତନ ଭାବେ ଗଢିତୋଳିବେ ବୋଲି ଜନସାଧାରଣ ଆଶା ରଖିଛନ୍ତି।

Related Posts

Seo wordpress plugin by www.seowizard.org.