Odisha News

ନୟାଗଡ଼ : ବ୍ରାଉନ ସୁଗାର , ଲକ୍ଷାଧିକ ଟଙ୍କା ସହିତ ବନ୍ଧୁକ ଜବତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୫/୧: ନୟାଗଡ଼ ଏସଟିଏଫ ଟିମ୍ କୁ ବଡ ସଫଳତା। ଲକ୍ଷାଧିକ ଟଙ୍କା, ବ୍ରାଉନ ସୁଗାର ସହ ବନ୍ଧୁକ ଜବତ। ବିଳମ୍ବିତ ରାତିରେ ପିଡ୍ଲ୍ୟୁଡି ଲେନ ରେ ଏସଟିଏଫ ଟିମ୍ ଚଢାଉ କରି ଜଣଙ୍କ ଘରୁ ୪ କେଜି ରୁ ଅଧିକ ବ୍ରାଉନ ସୁଗାର , ୬୦ ଲକ୍ଷରୁ ଅଧିକ ଟଙ୍କା,୩ ଟି ବନ୍ଧୁକ ସହ ବହୁ ପରିମାଣ ରେ ଗୁଳି ଜବତ କରିଛି।
ବେପାରୀ ସମ୍ପୁର୍ଣ୍ଣ ଠିକଣା ମିଳିନଥିବା ବେଳେ ବେପାରୀ ଜଣକ ଖୋର୍ଦ୍ଧା ଅଞ୍ଚଳ ଏହି ବ୍ୟକ୍ତି ଜଣକ ଦିର୍ଘ ମାସ ହେବ ପିଡ୍ଲ୍ୟୁଡି ଲେନ ରଉଦୟପଥ କଲୋନୀରେ ପରିବାର ସହିତ ଭଡ଼ାଘରେ ରହି ବେପାର ଚଳାଇଥିବା ଜଣାପଡ଼ିଛି।
ଚଢ଼ାଉ ସମୟରେ ବେପାରୀ ଜଣକ ଖସି ପଳାଉଥିବା ସୂଚନା ମିଳିଛି। ଅଧିକ ତଦନ୍ତ କରାଗଲେ ବ୍ରାଉନ ସୁଗାର ବେପାର ସହିତ ମାରଣାସ୍ତ୍ର ରଖି ଅନ୍ୟ କୈାଣସି ଯୋଜନା କରୁଥିଲା ସେ ସମ୍ପର୍କରେ ଜଣାପଡିବ।

Related Posts

Seo wordpress plugin by www.seowizard.org.