Odisha News

ନୟାଗଡ଼: ବାଘୁଆ ପଲ୍ଲୀ ପଞ୍ଚାୟତ ର ସରପଞ୍ଚଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୬/୭: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବାଘୁଆ ପଲ୍ଲୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଡାକ୍ତର ଅରୁନ୍ଧତୀ ପରିଡା ଙ୍କ ନେତୃତ୍ୱରେ ଏହି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବାଘୁଆ ପଲ୍ଲୀ ପଞ୍ଚାୟତ ର ସରପଞ୍ଚ ନବକିଶୋର ସାହୁ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଚିକିତ୍ସା କେନ୍ଦ୍ର ର ଫାର୍ମାସିଷ୍ଟ, ଅଙ୍ଗନୱାଡ଼ି ଦିଦି , ଆଶାକର୍ମୀ ମାନେ ମୁହଁ ରେ ମାସ୍କ ଓ ଦୁରତ୍ବ ରକ୍ଷା କରି ବୃକ୍ଷ ରୋପଣ କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ର ର ପରିବେଶ କୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ଦୃଷ୍ଟିରେ ରଖି ଡାକ୍ତର ଅରୁନ୍ଧତୀ ପରିଡା ଙ୍କର ଏହି କାର‌୍ୟ୍ୟ କୁ ପରିବେଶବିତମାନେ ପ୍ରଶଂସା କରିଛନ୍ତି ।

Related Posts

Seo wordpress plugin by www.seowizard.org.