Odisha News

ନୟାଗଡ଼ : ନୂଆଗାଁ ବେରୁଆବାରି ପଞ୍ଚାୟତ ରେ ଜଗନ୍ନାଥ ମନ୍ଦିର ପାଇଁ ଭୂମି ପୂଜା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତ କଲ୍ୟାଣୀ ମଣ୍ଡପ ନିକଟରେ ଜଗନ୍ନାଥ ମନ୍ଦିର ପାଇଁ ଭୁମି ପୂଜା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।
ଗ୍ରାମବାସୀ ମାନଙ୍କ ସହଯୋଗ ଦ୍ବାରା ଖୋଳ କିର୍ତନ ଧରି ଗାଁ ପରିକ୍ରମା କରି ନୂତନ ଭାବେ ନିର୍ମିତ ଚାଲିଥିବା କଲ୍ୟାଣୀ ମଣ୍ଡପ ନିକଟରେ ଜଗନ୍ନାଥ ମନ୍ଦିର ପାଇଁ ଭୁମି ପୂଜା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଗ୍ରାମର ଶ୍ରୀଧର ସାହୁ ଓ ତାଙ୍କ ଧର୍ମପତ୍ନୀ ଙ୍କ ଭୂମି ଓ ଅର୍ଥ ଦାନ କରିଥିଲେ। ଏଥିସହ ସ୍ଥାନୀୟ ସରପଞ୍ଚ ସୁସାନ୍ତ କୁମାର ସାହୁ ଓ ସମିତି ସଭ୍ୟ କେଦାର ସେଠୀ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଥିଲେ ।
ଅଞ୍ଚଳ ଏକ ପ୍ରକାର ଭକ୍ତି ମୟ ପରିବେଶ ରହିଥିବା ବେଳେ ଅଞ୍ଚଳର ଜଣାଶୁଣା ପୁରୋହିତ ଗଦା ମିଶ୍ର ପୂଜା କାର‌୍ୟ୍ୟ କରିଥିଲେ ।

Related Posts

Seo wordpress plugin by www.seowizard.org.