Odisha News

ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ୍ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କଲେ ରଣଜିତ୍ ଦାସ୍‌

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୫: ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ୍ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ୍ ଦାସ । ନୟାଗଡ଼ ସହରରେ ଏକ ହଜାର କର୍ମୀ ଙ୍କୁ ନେଇ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି ।ବାଜା ବାଣ ମାଧ୍ୟମରେ ଏକ ପଟୁଆର କରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ନୟାଗଡ଼ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ରେ ଥିବା ରିଟର୍ଣ୍ଣି ଅଫିସର ଉପ ଜିଲାପାଳଙ୍କ ନିକଟରେ ସେ ପ୍ରାଥୀ ପତ୍ର ଦାଖଲ କରିଛନ୍ତି, ବିଜେପି ବିଜେଡି କୁ ହରାଇ ସେ କଂଗ୍ରେସ ରୁ ବିଜୟ ହେବେ ବୋଲି ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.