Odisha News

ନୟାଗଡ଼ ଚର୍ଚ୍ଚାରେ ବାଘ ହାତୀ ଲଢେଇ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୯/୧ : ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବାଘ ଏବଂ ହାତୀ ର ଲଢେଇ। ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ରେ ଆଲୋଚନା ସିର୍ଶ ରେ ବାଘ ଓ ହାତୀ ଙ୍କ ମଧ୍ୟରେ ଲଢେ଼ଇ ଜିତିବ କିଏ। ନବକିଶୋର ବାଘ ଓ ଦିଲୁ ହାତୀ ଏହି ଦୁଇଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ସମିତି ସଭ୍ୟ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ଜଣେ ଷ୍ଟୁଲ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଅନ୍ୟଜଣେ କେଟିଲ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପଞ୍ଚାୟତ ବାସି ଚିହ୍ନ କୁ ଛାଡି ସେମାନଙ୍କ ଟାଇଟଲ ବାଘ ଏବଂ ହାତୀ ହୋଇଥିବାରୁ ଏହି ଦୁଇଜଣଙ୍କୁ ନେଇ ପଞ୍ଚାୟତ ସାରା ଚର୍ଚ୍ଚା ନିର୍ବାଚନ ମଇଦାନରେ ବାଜିମାତ କରିବ କିଏ? ବାଘ ନା ହାତୀ ।

Related Posts

Seo wordpress plugin by www.seowizard.org.