Odisha News

ନୟାଗଡ଼ରେ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୭: ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ନୟାଗଡ଼ରେ ଷଷ୍ଠ ବାର୍ଷିକୀ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟିତ ହୋଇଯାଇଛି ।
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ନୟାଗଡ଼ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏହି ଉଦଘାଟନୀ ଉତ୍ସବ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପ୍ରାର୍ଥନା କରି ପଥପ୍ରାନ୍ତ ସଚେତନତା ସଭା ମାଧ୍ୟମରେ ଶୁଭାରମ୍ଭ କରାଯାଇଛି ।
ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦାମୋଦର ସାହୁ ଓ ବିଶିଷ୍ଟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି ।
ଦାନ ଓ ସେବାର ମହାନ ବାର୍ତ୍ତା ଦେଇ ବିଗତ ପାଞ୍ଚବର୍ଷ ଧରି ଜିଲ୍ଲାର ବିଭିନ୍ନ ଆଦିବାସୀ ଅଧ୍ୟୁସିତ ଓ ଦୁର୍ଗମ ଅଂଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଅଧକ୍ଷ ଶିବରାମ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷେ ଏଭଳି ଏକ ନିଆରା ଉତ୍ସବ ଅଭାବ ଅସୁବିଧାରେ ଥିବା ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରୁଛି ବୋଲି ମତ ରଖିଛନ୍ତି ମୁଖ୍ୟ ଅତିଥି ଦାମୋଦର ସାହୁ ଓ ସନ୍ତୋଷ କୁମାର ପ୍ରଧାନ ।
ଅନ୍ୟମାନଙ୍କ ମଧ୍ୟରେ ଶୁକ୍ରବାର କାର୍ଯ୍ୟକ୍ରମରେ ସେବା ସଦସ୍ୟ ଜ୍ୟୋତିରଂଜନ ମହାପାତ୍ର, ଅମିତ କୁମାର, ପରମେଶ୍ୱର ସାହୁ, ସମାଜସେବୀ ବସନ୍ତ କୁମାର ପଟନାୟକ,ଏନ ଏସ ଏସ ସ୍ବେଛାସେବୀ ସୁନୀଲ କୁମାର ନାୟକ, ଅମିତ କୁମାର,ଗୁଲସନ ଦାସ, ଶ୍ରୀମାନ ଅଭିଜିତ କର, ଚନ୍ଦନ କୁମାର,ଉମେଶ କୁମାର ପାତ୍ର ପ୍ରମୁଖଙ୍କ ସହ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Related Posts

Seo wordpress plugin by www.seowizard.org.