Odisha News

ନ୍ୟୁଡ କଲର କରୁଣ ପରିଣତି, ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨/୭: ବ୍ଲାକମେଲିଙ୍ଗର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ପ୍ରଥମେ ଅଜଣା ନମ୍ବରରୁ ଜଣେ ଯୁବତୀ ଅଶ୍ଳୀଳ ଭିଡିଓ କଲ କଲେ ଆଉ ଏହାପରେ ଆରମ୍ଭ କଲେ ବ୍ଲାକମେଲିଙ୍ଗ ।
ଆଉ ନିଜ ସମ୍ମାନ ହାନି ଭୟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ନୟାପଲ୍ଲୀରେ ନିଜର ଦୁଇ ପିଲା ଓ ସ୍ତ୍ରୀ ସହ ରୁହନ୍ତି ଢେଙ୍କାନାଳର ରାମହରି ପ୍ରଧାନ(ଛଦ୍ମନାମ) ।
୩ ଦିନ ତଳେ ହଠାତ ରାମହରିଙ୍କ ସହ ଫେସବୁକରେ ଜଣେ ଅଜଣା ଯୁବତୀ ଚାଟିଙ୍ଗ କରିଥିଲେ । ଏହା ପରେ ହ୍ଵାଟ୍ସଆପରେ ଭିଡ଼ିଓ କଲ କରିଥିଲେ । ରାମହରି ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ ।
ଆଉ ଏହି ସମୟରେ ସ୍କ୍ରିନ ରେକର୍ଡିଙ୍ଗ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ । ଅନ୍ୟ ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଙ୍ଗ ଅଭିଯୋଗ ନେଇ ଯାଇଥିଲେ ରାମହରି ।
କିନ୍ତୁ ପୁଲିସ ସହଯୋଗ କରିବା ବଦଳରେ ତାଙ୍କୁ ଟାହିଟାପରା କରିଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏହା ପରେ ଉପାୟଶୂନ୍ୟ ହୋଇ ରାମହରି ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବେହୋସ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Posts

Seo wordpress plugin by www.seowizard.org.