Odisha News

ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ ଜଣେ କଲେଜ ଛାତ୍ର

ବାଲିଗୁଡ଼ା, ୩୧/୧୦ : ନେତାଙ୍କୁ ସ୍ୱଚ୍ଛ ଭାରତର ପାଠ ପଢ଼ାଇଲେ ଜଣେ କଲେଜ ଛାତ୍ର। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭାଇରାଲ୍ ହେଉଥିବା ଭିଡ଼ିଓଟି ଦାରିଙ୍ଗବାଡ଼ି ଅଞ୍ଚଳର ବୋଲି ଜଣାପଡ଼ିଛି।
ଭାଇରାଲ୍ ଭଡ଼ିଓରେ ଥିବା ଛାତ୍ର ଜଣକ ହେଉଛନ୍ତି ଦାରିଙ୍ଗବାଡ଼ି ସ୍ଥିତ ଡକ୍ଟର ବି.ଆର ଆମ୍ବେଦକର ଜାତୀୟ ମାଧ୍ୟମିକ ବିଦ୍ୟାଳୟ ଆଶୁତୋଷ ଦାସ। ସେ କହିଛନ୍ତି, ଏଇଟା କଣ ସ୍ୱଚ୍ଛ ଭାରତ? ଏମିତି ହେଲେ କଣ ଭାରତ ଆଗେଇବ? ନେତାମାନେ ଏଇଟା ବୁଝୁ ନାହାନ୍ତି କାହିଁକି?
ମିଟିଂ କରିବା ଲୋକ ସେମାନେ, ଆଉ ଗୋଟାଇବା ଲୋକ କଣ ଆମେ? ଆମ କଲେଜର ଗୋଟିଏ ପଡ଼ିଆ। ଏଠାରେ ନେତାମାନେ ସବୁବେଳେ ମିଟିଂ କରୁଛନ୍ତି। ଆଉ ଭୋଜିଭାତ କରୁଛନ୍ତି। ଖାଇସାରିବା ପରେ ଅଇଁଠା ପତ୍ରକୁ ପଡ଼ିଆରେ ପକାଇ ଦେଇ ପଳାଇ ଯାଉଛନ୍ତି। ପଡ଼ିଆସାରା ପଡ଼ିଛି ଅଇଁଠା ପତ୍ର। ଏଠି ସମସ୍ତେ ମିଟିଂ କରନ୍ତୁ।
ଆମର କିଛି ଅବ୍ଜେକ୍ସନ୍ ନାହିଁ। ହେଲେ ପଡ଼ିଆ ସଫା କରିବା ଦାୟିତ୍ୱ କାହାର ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଆଶୁତୋଷଙ୍କ ଏହି ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ୍ ହୋଇଛି।
ଗତ ୨୯ ତାରିଖରେ ରାଶିପଦା ଖେଳ ପଡ଼ିଆଠାରେ ବିଜେଡିର ଏକ ମିଶ୍ରଣ ପର୍ବ ହୋଇଥିଲା। ଆଉ ଦଳୀୟ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଆଇନ୍ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ।
ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ବୈଠକ ହେବାସହ ଭୋଜିଭାତର ଆୟୋଜନ ହୋଇଥିଲା। ଆଉ ନେତା ଓ କର୍ମୀମାନେ ଭୋଜି ଖାଇବା ପରେ ଚାଲିଗଲେ। ଖେଳ ପଡ଼ିଆରେ ଛାଡ଼ିଗଲେ ପ୍ରମାଣ। ଖାଇବା ପ୍ଲେଟ ଓ ଅଳିଆ ପଡ଼ିଆରେ ପକାଇ ନେତାମାନେ ଚାଲିଗଲେ। ଯାହାକୁ ନେଇ ଛାତ୍ରମାନେ ପ୍ରଶ୍ନବାଣ ମାରିଛନ୍ତି।

Related Posts

Seo wordpress plugin by www.seowizard.org.