Odisha News

କବିତାରେ ନ୍ୟୁଜ୍ କାହାଣୀ: ନେଉଥିଲେ ଟଙ୍କା ଡାକ୍ତର ବାବୁ, କରିନେଲା ସିବିଆଇ କାବୁ

ଡାକ୍ତର ବାବୁ ନେଉଥିଲେ ଟଙ୍କା
କରିବାକୁ ନିୟମ ବଙ୍କା
ପଇସା ବଦଳରେ ଜାହଜବାଲାଙ୍କୂ
ଦେଉଥିଲେ କୋଭିଡ୍ ସାର୍ଟିଫିକେଟ୍‌
ସିବିଆଇବାଲା ମାଡି ବସିଲେ
ଖୋଜିଲେ ତାଙ୍କ ପକେଟ୍ ।

ମଳିଲା ପକେଟୁ ୫୦ ହଜାର
ଘରୁ ମିଳିଲା ଡଲାର
ପୁଣି ମିଳିଲା ବିଦେଶୀ ମଦ
ସିଗାରେଟ୍ ପାକେଟ୍ ହଜାର ।

ଡାକ୍ତରଙ୍କ ନାମ ରାଜେନ୍ଦ୍ର ପାଣିଗ୍ରାହୀ
ପାରାଦ୍ୱୀପ ପୋର୍ଟ ହସ୍ପିଟାଲ ଅଫିସର
ଜେଲ ଚାରିକାନ୍ଥ ଏବେ ତାଙ୍କ ନୂଆ ଠିକଣା
ଜଣା ନାହିଁ କେବେ ହେବେ ସିଏ ବାହାର ।

କେତେ ଯତ୍ନ କରି ବଢାଇଥିଲା ବାପ
ପାଠ ପଢି କ’ଣ କରିବା ପାଇଁ ଏହି ପାପ?


ଲକ୍ଷ ଉପରେ ମାସକୁ ଦରମା
ସେଥିରେ ତୁମ ପେଟ ପୂରେ ନାହିଁ,
ଦେଖି ଆସ ଥରେ ୩୦୦ ଟଙ୍କାରେ
ଦିନ ମଜୁରିଆ ଚଳେ
ତୁମ ଆଖିରେ ଲୁହ ରହିବ ନାହିଁ ।

Related Posts

Seo wordpress plugin by www.seowizard.org.