Odisha News

ନୂତନ ମନ୍ତ୍ରୀମାନଙ୍କୁ ‘୬-ଟି’ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୫/୬ : ରାଜ୍ୟ ସରକାର ‘୫-ଟି’ (ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍ ଲିମିଟ୍)କୁ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ ବିକାଶମୂଳକ କାମ କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହେଉଛି ବଡ଼ ଅସ୍ତ୍ର, ଯାହାର ମାଧ୍ୟମରେ ଲୋକଙ୍କର ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ‘୫-ଟି’ ସ୍ଥାନରେ ‘୬-ଟି’କୁ ଗୁରୁତ୍ୱ ଦେଇଛନ୍ତି।
ଅତିରିକ୍ତ ‘ଟି’ ହେଲା ଟୁର୍ ଅଥବା ଗସ୍ତ। ‘ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟରେ ସ୍ଵଛତା ବଜାୟ ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଲୋକସେବା ଭବନରେ ନୂଆ ମନ୍ତ୍ରୀମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ଶପଥ ଗ୍ରହଣ କରିଥିଲେ।
ସନ୍ଧ୍ୟା ୫ଟାରେ ନୂଆ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ୬ଟି ମନ୍ତ୍ର ଦେଥିଲେ। ମୁଖ୍ୟମନ୍ତ୍ରୀ ନବୀନ ନିଜର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ଅଧିକ ଟୁର୍ କରି ବିଭିନ୍ନ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ। ଏଥି ସହିତ ନିଜ କାମରେ ସ୍ୱଚ୍ଛତା ରଖନ୍ତୁ।

Related Posts

Seo wordpress plugin by www.seowizard.org.