Odisha News

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା

ପୁରୀ,୩୧/୧୨: ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜଗା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତି ଶ୍ରୀମନ୍ଦିର ଆସିବେ । ତେଣୁ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ୩ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବ୍ୟାରିକଡକୁ ମଧ୍ୟ ମରିଚିକୋଟ ଛକରୁ ମାର୍କେଟ୍ ଛକ ଯାଏଁ ସଂପ୍ରସାରଣ କରାଯାଇଛି। ସ୍କୁଲ ଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଲାଇନ୍ କରାଯାଇଛି। ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡ଼କୁ ଦେଖି ସିଂହଦ୍ୱାରଠାରୁ ବଡ଼ ଚଡାକ୍ତରଖାନା ଛକ ପର‌୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ଜିଲ୍ଲା ପ୍ରାଶସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୧୧ଜଣ ଅତିରିକ୍ତ ଏସ୍ପି, ୨୪ଜଣ ଡିଏସପି ରାଙ୍କର ଅଫିସର ଓ ପୁଲିସ ଫୋର୍ସ ମୁତୟନ କରାଯାଇଛି। । ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।

Related Posts

Seo wordpress plugin by www.seowizard.org.