Odisha News

ନୂଆଗାଁ ବ୍ଲକ୍ ଟପ୍ପର ସୁଜାତା ସାହୁ ଙ୍କୁ ଶୁଭେଚ୍ଛା ଜଣାଇଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୩୦/୭: ରାଜ୍ୟରେ ବୁଧବାର ଦିନ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷା ଫଳ ରେ ଛାତ୍ରୀ ମାନେ ବାଜିମାତ କରିଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ମଧ୍ୟ ଛାତ୍ରୀ ସୁଜାତା ସାହୁ ମୋଟ ନମ୍ବର ୬୦୦ ରୁ ୫୫୬ ନମ୍ୱର୍ ରଖି ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି।ବାହାଡ଼ ଝୋଲା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଜାତା ନୂଆଗାଁ ବ୍ଲକ୍ ପାଇଁ କୃତିତ୍ୱ ଆଣିଛନ୍ତି। ଛାତ୍ରୀ ସୁଜାତା ଙ୍କ କୃତିତ୍ୱ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇଥିବା ବେଳେ ନୂଆଗାଁ ବ୍ଲକ୍ ର ଶିକ୍ଷକ ,ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Related Posts

Seo wordpress plugin by www.seowizard.org.