Odisha News

ନୂଆଗାଁ : କେବେ ଦୂର ହେବ କୋଶଳାଙ୍ଗ ଗ୍ରାମର ଆଦିବାସୀ ଙ୍କ ସମସ୍ୟା ?

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ ,୧୪/୭: ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଦିବାସୀ ଲୋକମାନେ ମୌଳିକ ସୁବିଧା ରୁ ବଞ୍ଚିତ ହେବା ସହ ବିଭିନ୍ନ ସମସ୍ୟା ରେ ଯୁଡୁବୁଡୁ ହୋଇ ରହୁଛନ୍ତି।ଏଭଳି ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଗ୍ରାମ ରେ ବସବାସ କରୁଥିବା କୋଶଳାଙ୍ଗ ଗ୍ରାମର ଆଦିବାସୀ ଲୋକମାନଙ୍କ ଠାରେ ଦେଖିବାକୁ ମିଳିଛି। ପ୍ରାକୃତିକ ପରିବେଶ ମଧ୍ୟରେ କୋ ଶ ଳାଙ୍ଗ ଗ୍ରାମରେ ୩୬ ଟି ପରିବାରରେ ୧୫୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି।ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ପାଖା ପାଖି ଦୁଇ ରୁ ତିନି କିଲୋମିଟର ଜଙ୍ଗଲିଆ ରାସ୍ତା ଦେଇ ପଞ୍ଚାୟତ କୁ ଆସିଥାନ୍ତି ଗ୍ରାମବାସୀ। ଗ୍ରାମ ଠାରୁ କିଛି ଦୂର ରେ ବାଘୁଆ ନଦୀ ଯାଇଥିବାରୁ ଏ ପର‌୍ୟ୍ୟନ୍ତ ପୋଲ ନିର୍ମାଣ ହୋଇପାରିନାହିଁ।ଯାହାଫଳରେ ବର୍ଷା ଦିନରେ ନଦୀରେ ପାଣି ଆସିବା ଦ୍ବାରା ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଥାଏ।ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହେଲେ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନ ଥାଏ । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ପାଠ ପଢି ଯିବାପାଇଁ କୁଣ୍ଠା ବୋଧ କରୁଛନ୍ତି ଛାତ୍ର ଛାତ୍ରୀ ।ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ। ଗ୍ରାମରେ ଗୋଟିଏ ନଳକୂପ ଏବଂ ଗୋଟିଏ ଖୋଲା କୁପରୁ ଲୋକମାନେ ପାନୀୟ ଜଳ ସଂଗ୍ରହ କରିଥାନ୍ତି।ଗ୍ରାମୀଣ ଜଳ ଯୋଗାଣ ଗ୍ରାମବାସୀ ଙ୍କ ପାଇଁ ସ୍ବପ୍ନ।ଗୋଟିଏ ନଳକୂପ ରୁ ଲୋକମାନେ ପାନୀୟ ଜଳ ନେବାରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଯୋଗୁଁ ଖୋଲା କୁପର ଦୂଷିତ ଜଳ ବାଧ୍ୟହୋଇ ପାନୀୟ ଓ ନିତ୍ୟ ବ୍ୟବହାର ପାଇଁ ବ୍ୟବହାର କରିଥାନ୍ତି।ଯାହାଫଳରେ ଲୋକମାନେ ଅଧିକାଂଶ ସମୟରେ ଜଳ ସଂକ୍ରମଣ ରୋଗରେ ଶିକାର ହେଉଛନ୍ତି।ଏହି ସମସ୍ୟା ପ୍ରତି ରାଜ୍ୟସରକାର , ନୟାଗଡ ଜିଲ୍ଲାପାଳସ୍ଵତନ୍ତ୍ର ଦୃଷ୍ଟି ଦେଇ ଗ୍ରାମକୁ ପକ୍କା ରାସ୍ତା,ବଘୁଆ ନଦୀ ରେ ଏକ ପୋଲ,ଏବଂ ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.