Odisha News

ନୀଳଗିରି: ଭୋଟ ଦେବାକୁ ଆସି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନୀଳଗିରି,୨୨/୨ :ମଙ୍ଗଳବାର ସମଗ୍ର ରାଜ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥ୍ ଆଗରେ ଲାଗିଲାଣି ଭୋଟରଙ୍କ ଧାଡ଼ି। ହେଲେ ମତଦାନ ଚାଲିଥିବା ବେଳେ ନୀଳଗିରି ବ୍ଲକ ୧୧ ଜୋନରେ ଘଟି ଅଘଟଣ ।
ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଯାଇଥିବା ଜଣେ ବୃଦ୍ଧା ବୁଥ୍ ଆଗରେ ହିଁ ଟଳି ପଡ଼ିଲେ। ମୃତା ବୃଦ୍ଧାଜଣକ ହେଲେ ବରହମପୁର ଗାଁ ର ୬୫ ବର୍ଷୀୟ ସତ୍ୟଭାମା ବାରିକ ।
ସତ୍ୟଭାମା ଆଜି ସକାଳେ ଭୋଟ ଦେବା ନିମନ୍ତେ ନିଜ ଘର ପାଖ ବୁଥ୍କୁ ଯାଇଥିଲେ। ଏଥିନିମନ୍ତେ ସେ ଲାଇନ୍ରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଟଳି ପଡ଼ିଲେ।
ଏହାଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବରହମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.