Feature

“ନିଶା”ଏକ ମରୀଚିକା ପଛର ମାୟାମୃଗ

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୧/୧୦ : “ନିଶା” କହିଲେ ସାଧାରଣତଃ କୌଣସି ମାଦ୍ରକ ଦ୍ରବ୍ୟ ସେବନ କରିଥିବା ମଣିଷର ବାଚାଲାମୀ ପରିସ୍ଥିତିକୁ ନେଇ ନିଶା ଶବ୍ଦଟି ଲୋକମାନଙ୍କ ମନକୁ ଆସେ ଯେ ତାକୁ ନିଶା ହୋଇଯାଇଛି , ସେ ନିଜର ହିତାହିତ ଜ୍ଞାନ ହରେଇ ବସିଛି।
“ନିଶା” ଅନେକ ପ୍ରକାରର ମଣିଷ ଆଶା ଠାରୁ ଅଧିକ କିଛି ପାଇବା ଆଶାରେ ଅତ୍ୟଧିକ ଅକ୍ଲାନ୍ତ ପରିଶ୍ରମ କରିବା ଏକପ୍ରକାର “ନିଶା” ଯାହା ପାଇଁ ମଣିଷ ଅନେକ ସମୟରେ ଭୁଲ ବାଟକୁ ଚାଲିଯାଇଥାଏ ।
“ନିଶା”- କୌଣସି ଅସାଧ୍ୟ କାର‌୍ୟ୍ୟକୁ ସାଧ୍ୟ କରିବାର ପ୍ରୟାସ “ନିଶା” – କ୍ଷମତା ଅଧିକାର କରିବା, “ନିଶା”- ଅତ୍ୟଧିକ ଅଧ୍ୟୟନ କରିବା ,”ନିଶା”-ପ୍ରେମ କରିବା “ନିଶା” ରିଲସ କରି ବା ସେଲଫି ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା “ନିଶା”- କିଛି ନୂତନ କରି ଦେଖାଇବା ଏକ “ନିଶା” ବୃକ୍ଷ ରୋପଣ କରିବା “ନିଶା” ରାଷ୍ଟ୍ରକୁ ଭଲ ପାଇବା “ନିଶା” ପରିବେଶ ସୁରକ୍ଷା “ନିଶା” ଖେଳିବା ,ଲେଖିବା ଏହିପରି ଅନେକ “ନିଶା” ମଣିଷ କରିବାର ପ୍ରୟାସ ଜାରୀ ରଖିଛି। ଆଜିର ସମାଜରେ ଏକ ମାରାତ୍ମକ “ନିଶା” ହେଲା ମୋବାଇଲ ମାନିଆ ରିଲସ ବା ସେଲଫି।
ସେଲଫି ନେବା ରିଲସ କରିବା ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ବର୍ତ୍ତମାନ ସମୟର ଏକ ପ୍ରକାର ଫ୍ୟାସନ ନିଶା ବନିଗଲାଣି। ସେଲଫି ନେବା ବା ରିଲସ କରିବା ସମୟରେ ନିୟମିତ ଅଘଟଣ ଘଟୁଥିବା ଓ ଜୀବନ ଯାଉଥିବା ଘଟଣା ମଧ୍ୟ ଦେଖିବାକୁ ଓ ଶୁଣିବାକୁ ମିଳୁଛି। ନିକଟରେ ଖୋର୍ଦ୍ଧା ନିକଟ ନିଜିଗଡ଼ ତାପଙ୍ଗ ବଡ଼ ସାଉଁଳି ମୁଣ୍ଡିଆ ପାଦଦେଶରେ ଥିବା ଗଭୀର ଜଳରାଶିରେ ଜଣେ ଉଚ୍ଚ ଶିକ୍ଷିତ ସ୍ଥାନୀୟ ଯୁବକଙ୍କ ଜୀବନ ଯିବାକୁ ନେଇ ଅନେକଙ୍କୁ ବିସ୍ମିତ ଏବଂ ମ୍ରିୟମାଣ କରିଥିଲା।
ଏହି ପାହାଡ଼ରୁ ମୁଗୁନି ପଥର ସଂଗ୍ରହ କରିବା ପାଇଁ ମାଫିଆ ମାନେ ଡିନା ମାଇଟ ଲଗାଇ ପାହାଡ଼କୁ ୩୦୦ରୁ ୪୦୦ ପୁଟ ଗଭୀର ପର୍ଯ୍ୟନ୍ତ ଗର୍ତ୍ତ କରିଦେଇଛନ୍ତି ଯେ ଏଠି ହାତୀ ବୁଡିଲେ ଚିତି ଦେଖା ଯିବନି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଏହି ସ୍ଥାନରେ ବର୍ଷା ପାଣି ଜମି ରହି ଏକପ୍ରକାର ନୀଳ ହ୍ରଦର ଭ୍ରମ ସୃଷ୍ଟି କରୁଛି ସୁନ୍ଦର ମନୋରମ ଦୃଶ୍ୟରେ ଯାହାକି କାଶ୍ମୀରର ମିନି ଲଦାଖ ପରି ।
ଏହି ଦୃଶ୍ୟ ଅନେକଙ୍କୁ ଟାଣି ନେଇଥାଏ ତାପଙ୍ଗ ପାହାଡ଼ ପାଦଦେଶକୁ ମୋବାଇଲ ଫୋନରେ ସେଲଫି ନେଇ ବା ରିଲସ କରି ନିଜ ବ୍ୟକ୍ତିଗତ ପ୍ରୋଫାଇଲରେ ଅପଲୋଡ଼ କରିବା ପାଇଁ ଆଜିର ସମୟର ଯୁବକ ଯୁବତୀଙ୍କ ଭିତରେ ଏକ ପ୍ରକାର ଅହେତୁକ ଦୃବଳତା ଓ ଆକର୍ଷଣ ବଢ଼ି ବଢ଼ି ଚାଲିଛି। ଫଟୋ ଗୁଡିକ ୱାଟସପ ,ଫେସବୁକ,ଇଷ୍ଟଗ୍ରାମରେ ପୋଷ୍ଟ କରିବା ଏକ ପ୍ରକାର ପ୍ରତିଯୋଗିତାରେ ପରିଣତ ହୋଇଯାଇଛି। ସୂଚନା ପ୍ରଯୁକ୍ତିର ଆଜିର ଯୁଗରେ ମୋବାଇଲ ଫୋନ ବା ସେଲଫି ବା ରିଲସର ଆବଶ୍ୟକତା ରହିଛି କିନ୍ତୁ ଆବଶ୍ୟକତା ଯଦି ପାଗଳାମୀର ରୂପ ନିଏ ତାହାହେଲେ ସବୁକିଛି ଶେଷ ହୋଇଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ ।
ରିଲସ କରିବା ନିଶାରେ କାହିଁ କେତେ ଦୂରରୁ ଯୁବକ ଯୁବତୀ ମାନେ ଚାଲିଆସୁଛନ୍ତି ତାପଙ୍ଗ ବଡ଼ ସାଉଁଳି ପାହାଡ଼ା ନୀଳ ଜଳରାଶିକୁ। ସେହିପରି ସେଲଫି ଓ ରିଲସକୁ ନେଇ ଅନ୍ୟ ମାନଙ୍କ ସହ ତୁଳନା କରିବା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଅସ୍ତିରତା ଓ ଶାରୀରିକ ସମସ୍ୟାର ସମ୍ଭାବନା ସୃଷ୍ଟି କରୁଛି। ସେଲଫି ରିଲସ ନିଶାରେ ବିଗତ ଦିନରେ କେତେ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଛି ବଡ଼ ସାଉଁଳି ଗଭୀର ଜଳରାଶିରେ।
ସ୍ଥାନୀୟ ଜିଲ୍ଲା ପ୍ରଶାସନ ତାପଙ୍ଗ ନିକଟରେ ଥିବା ହାତିଆ, ବଡ ସାଉଁଳି ,ଟାଙ୍ଗଣି ପାହାଡ଼ ଇତ୍ୟାଦି କୁ ୨୦୨୦ ମସିହା ଠାରୁ ନିଷିଧ୍ୟାଞ୍ଚଳ ଭାବେ ଘୋଷଣା କରି ଏଠାରେ ପ୍ରବେଶ ନିଷେଧ ବୋଲି ଲେଖି ଦେଇଥିବା ସ୍ୱତେ ଉକ୍ତ ସ୍ଥାନକୁ ଅନେକ ସମୟରେ ଯୁବକ ଯୁବତୀ ରିଲସ କରିବା ନିଶାରେ ଅବାଧ ପ୍ରବେଶ କରିଥାନ୍ତି। ଗତ ମାସରେ ଘଟିଥିବା ଘଟଣା ସ୍ଥାନୀୟ ଯୁବକ ନିଜ ମା\’କୁ ଏଇଠୁ ଆସୁଛି କହି ଭୁବନେଶ୍ୱରରୁ ଆସିଥିବା ସାଙ୍ଗ ମାନଙ୍କ ସହିତ ଉକ୍ତ ସ୍ଥାନକୁ ଯାଇ ଘରକୁ ଫେରି ନଥିଲା।
ପାହାଡ଼ା ପାଦଦେଶ ନୀଳ ଜଳରାଶିର ପ୍ରାକୃତିକ ସୌନ୍ଦର‌୍ୟ୍ୟ ପ୍ରତିଛବି ଉତ୍ତୋଳନ କରି ରିଲସ କରିବା ସମୟରେ ଦୁଇ ଜଣଙ୍କର ଗୋଡ଼ ଖସି ଯିବାରୁ ସେମାନେ ପାଣିରେ ବୁଡି ଯାଇଥିଲେ ସେମାନଙ୍କୁ ଉଦ୍ଧାର କରି ଶେଷରେ ନିଜେ ବୁବୁନ ଜଳରାଶି ମଧ୍ୟ ଭାଗକୁ ଚାଲିଯାଇଥିଲା ,ଉପସ୍ଥିତ ସାଙ୍ଗ ମାନେ ଉଦ୍ଧାର କରିପାରିନଥିଲେ ଯାହା ଫଳରେ ଏକ ମୂଲ୍ୟବାନ ଜୀବନ ଗଭୀର ଜଳରାଶି ମଧ୍ୟରେ ଚାଲିଯାଇଥିଲା। ସାଙ୍ଗ ମାନଙ୍କ ସହିତ ରିଲସ କରିବା ନିଶାରେ ଏକ ମା\’ର କୋଳ ଶୂନ୍ୟ ହୋଇଗଲା।
ବୁବୁନର ମୃତଦେହ ଉଦ୍ଧାର ପାଇଁ ଦମକଳ ବିଭାଗ ,ଓଡ୍ରାଫ ଟିମ , ସ୍କୁବା ଡ୍ରାଇଭର ତିନି ଦିନ ଧରି ଗଭୀର ଜଳରାଶିରେ ଖୋଜି ଖୋଜି ଉଦ୍ଧାର କରିପାରି ନଥିଲେ ଏଥିନେଇ ସ୍ଥାନୀୟ ପ୍ରଶାସନକୁ ନାକେଦାମ ହେବାକୁ ପଡିଥିଲା। ଚାରିଦିନ ପରେ ସକାଳୁ ବୁବୁନର ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ପ୍ରଶାସନ ଉଦ୍ଧାର କରିଥିଲା।
ସାମାଜିକ ଗଣମାଧ୍ୟମରେ ନିଜର ପ୍ରଚାର ପ୍ରସାର ପାଇଁ ଆଜିର ଯୁବ ସମାଜ ଠାରୁ ଆରମ୍ଭ କରି ଆଣ୍ଡ୍ରଏଡ଼ ମୋବାଇଲ ଫୋନ ବ୍ୟବହାର କରୁଥିବା ଅନେକ ଲୋକ ନିଜର ମାନବିକତା ଭୁଲି ଚଳନ୍ତା ଟ୍ରେନ,ଉଚ୍ଚ ଅଟାଳିକା, ବିଦ୍ୟୁତ ଖୁଣ୍ଟ ,ମୋବାଇଲ ଟାୱାର ଠାରୁ ଆରମ୍ଭ କରି ଭୟଙ୍କର ଜୀବଜନ୍ତୁ ,ସମୁଦ୍ର ଜୁଆର ,ବାତ୍ୟା, ବନ୍ୟା , ଅନେକ ଆକର୍ଷଣୀୟ ଲାଗୁଥବା ବିପଦ ଜନକ ପରିସ୍ଥିତିରେ ଦୃଘଟଣା ଘଟିଥିବା ସ୍ଥାନ ଏପରି କି ମୃତବ୍ୟକ୍ତିଙ୍କ ସବଧାରରେ ମଧ୍ୟ ରିଲସ କରିବା ଓ ସେଲଫି ନିଶାରେ ଉଦ୍ୟମ କରି ଯେଉଁ ଅଭାବନୀୟ ଘଟଣା ଘଟାଉଛନ୍ତି ତାହା ଆମ ସମସ୍ତଙ୍କୁ ଜଣା। ସେଲଫି କ୍ରେଜ ଓ ରିଲସ ନିଶା ଧାରା କ୍ୟାନସର ପରି ମାଡ଼ି ଚାଲିଛି ତାହା ଜଣଙ୍କର ମାନସିକତାକୁ ରୁଗଣ କରୁଛି ନିଶ୍ଚିତ। ସେଲଫି ନିଅନ୍ତୁ ବା ରିଲସ କରନ୍ତୁ କେହି ମନା କରୁନାହାନ୍ତି କିନ୍ତୁ ଏହି ମାୟାମୃଗ ପଛରେ ପଡ଼ି ନିଜର ମୂଲ୍ୟବାନ ଜୀବନ ଓ ସମୟ ନଷ୍ଟ କରନ୍ତୁ ନାହିଁ। ବାହାଦୂରୀ ନେବାପାଇଁ ବିପଦଜ୍ଜନକ ସ୍ଥାନରେ ସେଲଫି ବା ରିଲସ କରନ୍ତୁ ନାହିଁ।
ଦ୍ୱିତୀୟ ନିଶାଟି ହେଲା କ୍ଷମତା \”ନିଶା\”- ମହାଭାରତ ଯୁଗରୁ ଏ କ୍ଷମତା ନିଶାଟା ରାଜା ରାଜୁଡା ଓ ସମ୍ରାଟଙ୍କ ଶାସନ ଯାଏଁ ତା\’ର କାୟା ବିସ୍ତାର କରି ଆସିଛି। ଯୁଗେ ଯୁଗେ କ୍ଷମତା \”ନିଶା\” ମଣିଷକୁ ପାଗଳ କରି ଆସିଛି। କ୍ଷମତା ନିଶାରେ ବାପ- ପୁଅ, ଭାଇ -ଭାଇ ପରିବାର ମଧ୍ୟରେ କେତେ ହିଂସା , ସଂଘର୍ଷ ଓ ରକ୍ତପାତ ଘଟିଛି।
କ୍ଷମତା ନିଶା ମଣିଷକୁ ଅନ୍ଧ ଓ ଅହଙ୍କାରୀ କରିଦିଏ ତାର ବିଚାର ବୁଦ୍ଧିକୁ ନଷ୍ଟ କରିଦିଏ ତାକୁ ଅମଣିସ ବା ପଶୁ ସଜେଇ ଦିଏ। ମୋଗଲ ଶାସନରେ ଭାଇ ଭାଇକୁ ହତ୍ୟା ଓ ପୁଅ ବାପକୁ ବନ୍ଦୀ କରି କାରାଗୃହରେ ରଖିବା ଭଳି ଘଟଣା ବି ଘଟିଥିବା ଇତିହାସ କହୁଛି ।
ଏବେ ଅନେକ ରାଷ୍ଟ୍ରରେ କ୍ଷମତା ନିଶାରେ ବର୍ଷ ବର୍ଷ ଧରି ରକ୍ତପାତ ଯୁଦ୍ଧ ଲାଗି ରହିଛି। ସତରେ କ୍ଷମତାର ନିଶା ଦୁନିଆର ସବୁ ନିଶା ଠାରୁ ବଡ଼ “ନିଶା”। କ୍ଷମତା “ନିଶା” ପଛରେ ଥରେ ପଡିଗଲେ ସେଥିରୁ ଆଉ ମୁକ୍ତି ମିଳେନା। ରାବଣ, କଂସ ଓ ଦୁଯ୍ୟୋଧନଙ୍କ ଭଳି ଶାସକ ମାନେ କ୍ଷମତା ନିଶାରେ ଅଶେଷ କ୍ଷମତାର ଅଧିକାରୀ ହୋଇ ଧରାକୁ ସରା ମନେ କରୁଥିଲେ। ଆଜିକାଲିକା ସମୟରେ ଏହି କ୍ଷମତାର “ନିଶା’ ବି ଆମ ସମାଜରେ ବଳବତର ରହିଛି। ବର୍ତ୍ତମାନ ସମୟରେ ରାଜନୀତି କରୁଥିବା ରାଜନେତାଙ୍କ ମଧ୍ୟରୁ ଅଧିକାଂଶ ଏହି କ୍ଷମତା ନିଶାରେ ଏବେ ଉବୁଟୁବୁ ହେଉଛନ୍ତି। ଅବିକା ରାଜନୀତି ନୀତି ନିୟମ ବିବର୍ଜିତ ହୋଇଥିବାରୁ ଏହି ନୀତିକୁ ଆପଣାଇ ନେବାକୁ ଖୁବ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା ଚାଲିଛି।
ତୃତୀୟ “ନିଶା” ହେଲା ଲକ୍ଷ-ଏକ ପାହାଡ଼ ପାଦଦେଶରେ ବାସ କରୁଥିବା ଜଣେ ବ୍ୟାଧ ଶିକାରୀ ନୀତିଦିନ ଶିକାର କରି ନିଜର ପରିବାର ପ୍ରତିପୋଷଣ କରିଥାଏ।ଦିନେ ଶିକାରୀଟି ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥାଏ ଜଙ୍ଗଲ ମଧ୍ୟରେ ଏକ ବୃକ୍ଷରେ ବସିଥିବା ପକ୍ଷୀକୁ ଦେଖି ଶିକାର କରିବା ନିଶାରେ ନିଜର କାଣ୍ଡ କାଠି ଗୁଡ଼ିକ ଗୋଟେ ପରେ ଗୋଟେ ଯୋଡ଼ି ଚାଲିଥାଏ ଏକ ଲକ୍ଷରେ ,ଠିକ ଏହି ସମୟରେ ସେହି ରାସ୍ତା ଦେଇ ଜଣେ ରାଜା ଯୁଦ୍ଧ ବିଜୟ ଶୋଭା ଯାତ୍ରାରେ ବୀର ବାଦ୍ୟ କାହାଳୀ ବଜାଇ ସୈନ୍ୟ ସାମନ୍ତ ସହ ଅତିକ୍ରମ କରିଥିଲେ ,ହେଲେ ଶିକାରୀ ଶିକାର ନିଶା ଲକ୍ଷ ପଥରେ ବ୍ୟସ୍ତ ରହିଥାନ୍ତି। କିଛି ସମୟ ଅନ୍ତରରେ ରାଜାଙ୍କର ଏକ ଆହତ ସୈନ୍ୟ ସେହି ରାସ୍ତାରେ ଫେରିବା ସମୟରେ ରାଜାଙ୍କ ଗସ୍ତ ସମ୍ପର୍କରେ ଜାଣିବା ପାଇଁ ଶିକାରୀ ଉପରେ ତାଙ୍କର ନଜର ପଡ଼ିଲା ସେ ଶିକାରୀ ନିକଟକୁ ଯାଇ ରାଜାଙ୍କର ବିଜୟ ଶୋଭାଯାତ୍ରା ସମ୍ପର୍କରେ ଯିବାର ଦେଖିଛ କି, ଉତ୍ତରରେ ଶିକାରୀ କହିଲା ମୁଁ ମୋ ଶିକାର କରିବା ଲକ୍ଷରେ ରହିଛି। ଏ ରାସ୍ତାରେ କିଏ ଯାଇଛନ୍ତି ମୁଁ ଦେଖିନାହିଁ। ଶିକାରୀ ଟି ନିଜର ଶିକାର କରିବାର ନିଶାରେ ଏତେ ବ୍ୟସ୍ତ ରହିଥିଲା ଯେ ରାଜାଙ୍କର ବୀର ବାଦ୍ୟ କାହାଳୀ ତାର କର୍ଣ୍ଣ ସ୍ପର୍ଶ କରିପାରି ନଥିଲା।
ଚତୁର୍ଥ “ନିଶା” ପ୍ରେମ କରିବା- ଆଜିର ସମାଜରେ ଏହା ଏକ ବ୍ୟାଧି ପରି ମାଡିଚାଲିଛି। ପ୍ରେମ କରିବା ବା ଭଲ ପାଇବା ଆଜିର ସମାଜରେ ପବିତ୍ର ସମ୍ପର୍କ ହୋଇ ରହିନାହିଁ। ପ୍ରେମ କରିବା ବା ଭଲ ପାଇବା ଆଜିର ଯୁବ ସମାଜ ପାଇଁ ଏକ କ୍ରେଜ ହୋଇଯାଇଛି। ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି କର୍ପୋରେଟ ସେକ୍ଟର ପର୍ଯ୍ୟନ୍ତ ସବୁଠି ନାରୀ ତାର ପୁରୁଷ ବନ୍ଧୁର ପ୍ରେମ ପ୍ରତାରଣାର ଲାଞ୍ଛଣାରେ ଶିକାର ହେଉଛି।
ଏପରିକି ନାରୀଟି ନିଜ ପୁରୁଷ ବନ୍ଧୁଙ୍କ ଦ୍ବାରା ଗଣ ବଳାତ୍କାରର ଶିକାର ହୋଇ ନିଜର ଜୀବନ ହାରୁଛି ତ କେଉଁଠି ଜୀବନରେ ମାରି ଦେବାକୁ ପଛାଉ ନାହିଁ ତା ପ୍ରେମିକ ପୁରୁଷ ବନ୍ଧୁ। ଏଠି ଛଳନା ପ୍ରେମ ନିଶାରେ ପୁରୁଷ ବନ୍ଧୁଙ୍କ ପାଇଁ ବିବାହିତ ମହିଳାଟି ନିଜ ସ୍ୱାମୀକୁ ମାରିବାକୁ ପଛାଉ ନାହିଁ ଅବା ପରକ୍ରିୟା ପ୍ରୀତି ନିଶାରେ ପୁରୁଷଟି ସାତ ଜନ୍ମକୁ ସାଥି କରିଥିବା ନିଜର ଧର୍ମ ପତ୍ନୀକୁ ମାରିବାର ଅନେକ ନଜିର ରହିଛି।
କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପ୍ରେମ ନିଶା ଏପରି ଭୟାନକ ରୂପ ନିଏ ଯେ ମା’ ନିଜର ଜନ୍ମିତ କୋମଳମତି ଶିଶୁକୁ କୂଅ ବା ନଦୀରେ ପକାଇ ପ୍ରେମିକ ସହିତ ପଳାଇଯିବାର ଘଟଣା ସମାଜରେ ଘଟିଚାଲିଛି।
ପ୍ରେମ ନିଶାଟି ଏତେ ଭୟଙ୍କର ଯେ ଅନେକ ସମୟରେ ଘଟଣାକୁ ନେଇ ହଣା କଟା ,ଜେଲ ଯିବା ସହିତ ଅନେକ ପରିବାର ଛାରକାର ହେଇଯାଉଛି।
ଏବେ ବି ସମୟ ଅଛି ମଣିଷ ଜୀବନରେ କୌଣସି ଅଘଟଣ ଘଟିବା ପୂର୍ବରୁ ସତର୍କ ରହି ମରୀଚିକା ପଛରେ ନ ଗୋଡେଇ ନିଜ ଜୀବନପ୍ରତି ଯତ୍ନବାନ ହେବା ଉଚିତ। ପ୍ରତ୍ୟେକ ନିଶା ଏପରି ହେଉ ଯାହା ନିଜର ଏବଂ ସମାଜର କଲ୍ୟାଣରେ ହିତ ସାଧାନ ହୋଇପାରିବ ।

Related Posts

Seo wordpress plugin by www.seowizard.org.