Odisha News

ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୨୧/୭: ଜନସାଧାରଣ ଙ୍କ ସେବା ,ଜନସାଧାରଣ ଙ୍କ ସମସ୍ୟା ଦୂରୀକରଣ ଏବଂ ନିର୍ବାଚନ ମଣ୍ଡଳୀ ର ଉନ୍ନତି ଆଦି ଲକ୍ଷ୍ୟ ନେଇ ଚାକିରି ଛାଡ଼ି ନିର୍ବାଚନ ରେ ପାଦ ରଖି ବିପୁଳ ଭୋଟରେ ବିଜୟୀ ହୋଇ ଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ବିଜୟୀ ହେବା ପୂର୍ବରୁ ବିଭିନ୍ନ ଗ୍ରାମ,ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକ ମାନଙ୍କ ସମସ୍ୟା ଦେଖି ନିର୍ବାଚନ ରେ ବିଜୟୀ ହେଲେ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଦେଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ଯାହାକି ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲି ପଞ୍ଚାୟତ ଅଧିନରେ ଥିବା ସାନତାମ ନାଡୁ ଗ୍ରାମ ର ବହୁ ବର୍ଷର ସେବାଶ୍ରମ ଉଚ୍ଚ ବିଦ୍ୟାଳୟ କୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିଲା।ଯାହା ଫଳରେ ଯାତାୟାତ ପାଇଁ ଛାତ୍ର ଛାତ୍ରୀ ,ଅଭିଭାବକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।ନିର୍ବାଚନ ପୂର୍ବରୁ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ କୁ ରାସ୍ତା ନିର୍ମାଣ ପାଇଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ନବନିର୍ବାଚିତ ଦଶପଲ୍ଲା ବିଧାୟକ।

ବିଧାୟକ ଶ୍ରୀ ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ବିଦ୍ୟାଳୟକୁ ପକ୍କା ରାସ୍ତା ନିର୍ମାଣ ହେବା ସହ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରିଥିବାରୁ ସାନ ତାମନାଡୁ ଆଦିବାସୀ ଗ୍ରାମ ର ଲୋକମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.