Odisha News

ନିଯୁକ୍ତି ଠକେଇ ରାକେଟ ମାଷ୍ଟର ମାଇଣ୍ଡକୁ ଧରିଲା ଇଓଡବ୍ଲୁ

ଭୁବନେଶ୍ୱର,୩୧/୧୨: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଦେଶର ସବୁଠୁ ବଡ ନିଯୁକ୍ତି ଠକେଇ ରାକେଟର ପର୍ଦ୍ଦାଫାସ କରିଛି। ଇଓଡବ୍ଲୁ ଠକେଇ ରାକେଟର ମାଷ୍ଟର ମାଇଣ୍ଡକୁ ଉତ୍ତରପ୍ରଦେଶ ଆଲିଗଡ଼ରୁ ଗିରଫ କରିଛି। ଅଭିଯୁକ୍ତ ହେଲା ଜାଫର ଅହମ୍ମଦ।
ସୂଚନା ଅନୁସାରେ ଜାଫର ଅହମ୍ମଦ ଓଡ଼ିଶା ସମେତ ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଗୁଜରାଟରେ ନିଜର ନେଟୱର୍କ ଚଳାଇଥିଲା। ନକଲି ସରକାରୀ ୱେବସାଇଟ ଖୋଲି ପାଖାପାଖି ୫୦ ହଜାର ଚାକିରି ଆଶାୟୀଙ୍କଠୁ କୋଟି କୋଟି ଟଙ୍କା ଠକି ନେଇଥିଲା। ବଡ଼ଧରଣର ଠକେଇ ନେଇ ଆଜି ଇଓଡବ୍ଲୁ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।
ଶ୍ରୀ ପଙ୍କଜ କହିଛନ୍ତି ଯେ, ଉତ୍ତର ପ୍ରଦେଶରୁ ଉଚ୍ଚ ଶିକ୍ଷିତ ଇଂଜିନିୟର ଓ ୱେବସାଇଟ୍ ଡେଭେଲପରମାନଙ୍କ ସହାୟତାରେ ଏହି ଲୁଟ୍ କାମ ଚାଲିଥିଲା। ଗ୍ୟାଙ୍ଗର ଶହେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ସହ ହଜାର ହଜାର ଫେକ୍ ମୋବାଇଲ୍ ସିମ୍ ଏବଂ ୫ଶହରୁ ଅଧିକ ମୋବାଇଲ ବ୍ୟବହାର ହେଉଥିଲା।
ପୁଲିସର ଗତିବିଧି ଉପରେ ଟ୍ରାକ୍ କରିବା ପାଇଁ କଲ ସେଣ୍ଟର ଖୋଲି ୫୦ ପିଲାଙ୍କୁ ଦରମା ଦେଇ ରଖିଥିଲା। ଏହି କର୍ମଚାରୀମାନେ ମାସକୁ ୧୫ ହଜାର ଟଙ୍କା ଲେଖାଏଁ ଦରମା ନେଉଥିଲେ।
ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ବଡ଼ ଚତୁର ଥିଲେ। ସେମାନେ ନକଲି ସିମ୍ ବ୍ୟବହାର କରି ହ୍ବାଟ୍ସଅପରେ କଲ୍ କରୁଥିଲେ। ଭୁଲରେ ବି ନିଜର ବ୍ୟକ୍ତିଗତ ମୋବାଇଲ୍ ଫୋନ୍କୁ ବ୍ୟବହାର କରୁ ନଥିଲେ। ମୋଟାମୋଟି ଭାବେ ଏହି ନେଟଓ଼୍ୱର୍କକୁ ଅଭିଯୁକ୍ତ ଜାଫର ଆଲିଗଡରୁ ହିଁ ଅପରେଟ କରୁଥିଲା।
ଏହି ନେଟୱର୍କ ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ଙ୍ଗଙ୍ଗଙ୍ଗ.ହଗ୍ଦଗ୍ଦଚ୍ଚ.ସଦ୍ଭ ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ଙ୍ଗଙ୍ଗଙ୍ଗ.ଭହଗ୍ଦକ୍ସଚ୍ଚ.ସଦ୍ଭ, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା ପାଇଁ ଙ୍ଗଙ୍ଗଙ୍ଗ.ଶଗ୍ଦଜ୍ଞଗ୍ଦଗ୍ଦଗ୍ଦ.ସଦ୍ଭ ପ୍ରଭୁତି ନାମରେ ୱେବସାଇଟ୍ ଖୋଲିଥିଲା। ଅଭିଯୁକ୍ତ ଜାଫର ନିଯୁକ୍ତି ନେଇ ଟାର୍ଗେଟ କରିଥିବା
ରାଜ୍ୟଗୁଡ଼ିକର ଆଂଚଳିକ ଖବରକାଗଜରେ ବିଜ୍ଞାପନ ମଧ୍ୟ ଦେଉଥିଲା। ବିଜ୍ଞାପନର ଡିଜାଇନ୍ ଅବିକଲ ସରକାରୀ ଭଳି ଲାଗୁଥିଲା। ଚାକିରି ଆଶାୟୀମାନେ ସଂସ୍ଥା ଦ୍ବାରା ଦିଆଯାଇଥିବା ଦରମା ପ୍ୟାକେଜ୍ ଦେଖି ଲୋଭରେ ପଡ଼ିଯାଉଥିଲେ। ସେଥିପାଇଁ ସେମାନେ ହଜାର ହଜାର ଟଙ୍କା ଦେବାକୁ ମଧ୍ୟ ରାଜି ହୋଇଯାଉଥିଲେ।

Related Posts

Seo wordpress plugin by www.seowizard.org.