Odisha News

ନିମ୍ନ ଆଦାଲତଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କଲେ ଜିଲ୍ଲା କୋର୍ଟ, ଶାଶୁଘର ଛାଡ଼ିବେନି ବର୍ଷା

କଟକ,୨୧/୬: ଅଭିନେତାରୁ ରାଜନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ଘରେ ରହିବେ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପୂର୍ବରୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ ବର୍ଷାଙ୍କୁ ଏସ୍ଡିଜେଏମ୍ କୋର୍ଟ ଦେଇଥିଲେ ନିର୍ଦ୍ଦେଶ। ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅନୁଭବ ଘର ଭଡ଼ା ବାବଦକୁ ବର୍ଷାଙ୍କୁ ଅର୍ଥ ପ୍ରଦାନ କରିଥିଲେ।

Related Posts

Seo wordpress plugin by www.seowizard.org.