Odisha News

ନାବାଳିକା, ନାବାଳକକୁ ବିବାହ ଦେବା ଉଦ୍ୟମ ଫସରଫାଟିଲା, ବେଦିରୁ ଉଠାଇନେଲେ ଚାଇଲ୍ଡଲାଇନ୍ ସଦସ୍ୟ

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୨୮/୭: ନୟାଗଡ଼ ଜିଲ୍ଲାରେ ଦିନକୁଦିନ ବଢ଼ିବାରେ ଲାଗିଛି ବାଲ୍ୟ ବିବାହ । ଗତ କିଛିଦିନ ତଳେ ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଲେଙ୍କୁଡିପଡା ଗ୍ରାମରୁ ନିଖୋଜ ହୋଇଯାଇଥିଲା । କିଛି ଦିନ ପରେ ଉକ୍ତ ନାବାଳିକା ର ବିବାହ ହେଉଥିବା ସମୟରେ ଓଡ଼ଗାଁ ଅଞ୍ଚଳ ରୁ ଉଦ୍ଧାର ହୋଇଛି । ନାବାଳିକା ର ସାବତ ବାପା ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଓଡ଼ଗାଁ ରାଜ କିଶୋର ପରିଡା ଙ୍କ ୧୯ ବର୍ଷ ର ପୁଅ ପ୍ରକାଶ ପରିଡା ଙ୍କ ବିବାହ ଉକ୍ତ ୧୬ ବର୍ଷ ର ନାବାଳିକା ସହିତ ହେଉଥି ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ସଞ୍ଜୟ କୁମାର ସାହୁ, ସ୍ବର୍ଣ୍ଣ ଲତା ଜେନା, ଓଡ଼ଗାଁ ବ୍ଲକ ବାଲ୍ୟ ବିବାହ ନିଷେଧ ଅଧିକାରୀଣି ଲହଡିମାଳା ପ୍ରଧାନ, ପ୍ରଭାସିନୀ ମିଶ୍ର, ମଞ୍ଜୁଲତା ସାହୁ ଓଡ଼ଗାଁ ଥାନା ରୁ ଏ ଏସ ଆଇ ଯୁଗଳ କିଶୋର ନାୟକ ଙ୍କୁ ନେଇ ବିବାଦ ବନ୍ଦ କରିଥିଲେ । ନିଖୋଜ ହୋଇଥିବା ଏହି ଝିଅ ଟିକୁ ଉଠାଇ ନେଇ ଓଡ଼ଗାଁ ଖେଳ ପଡିଆ ସାହି ର ଏକ ଘର ଭିତରେ ରଖି ବିବାହ ର ପ୍ରସ୍ତୁତି କରୁଥିବା ସୁଚନା ପାଇଁ ଚାଇଲ୍ଡ ଲାଇନ ସଦସ୍ୟ ମାନେ ପୁଅ ଓ ଝିଅ ଦୁଇ ଜଣଙ୍କୁ ଉଦ୍ଧାର କରି ସି ଡବ୍ଲୁ ସି ରେ ହାଜର କରିଛନ୍ତି ।

Related Posts

Seo wordpress plugin by www.seowizard.org.