Odisha News

ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ କୋର୍ଟ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୫/୯:ଏକ ଦୁଷ୍କର୍ମ ମାମଲା ରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ।
ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଖରା ଛୁଟି ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲାପଡା ଗ୍ରାମର ଅଭିଯୁକ୍ତ ରୋହିତ କହଁର (୨୧ ବର୍ଷ) କ.ନୂଆଗାଁ ଥାନା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ପୀଡିତା ଏକାକୀ ଘରେ ଥିବା ବେଳେ ସେହି ଅଂଚଳକୁ କୁଣିଆ ହୋଇ ଯାଇଥିଲା ରୋହିତ କହଁର । ନାବାଳିକା ପୀଡିତା ଘରକୁ ଯିବା ଆସିବା କରି ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ରୋହିତ ଦୁଷ୍କର୍ମ କରିଥିଲା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲା । ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲା ।
ଘଟଣା ଶୁଣିବାପରେ ପୀଡିତାର ମା \’ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ । ପୋଲିସ କେଶ ନଂ.୬୦/୨୦୨୦ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ରୋହିତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହାର ଶୁଣାଣୀ କରି ଅଭିଯୁକ୍ତ ରୋହିତ କହଁର (୨୧ ବର୍ଷ)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।
ଆଞ୍ଚଳିକ ସ୍ତରୀୟ ପୋଷଣ ମାସ ଓ ମାଆ ଗୃହର ପ୍ରତିଷ୍ଠା ଦିବସ ପାଳିତ
କନ୍ଧମାଳ, ୧୫/୯: କନ୍ଧମାଳ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲାର ବାଲନ୍ଦାପଡା ଠାରେ ଆଂଚଳିକ ସ୍ତରୀୟ ପୋଷଣ ମାସ – ୨୦୨୨ ପାଳିତ ହୋଇଯାଇଛି।
ଏହା ସହ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମାଆ ଗୃହର ମଧ୍ୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ହରପ୍ରିୟା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଞ୍ଚଳରେ କୁପୋଷଣ ଦୂର କରିବା ପାଇଁ ହେଲେ ଗ୍ରାମ୍ୟ ସ୍ତରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ, ଆଶା କର୍ମୀ ଓ ଅଙ୍ଗନଓାଡୀ କର୍ମୀଙ୍କୁ ସହଯୋଗ କରିବା ସହ ନିଜ ନିଜ ଘରେ ମଧ୍ୟ ନିଜ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପନିପରିବା, ଫଳ ଇତ୍ୟାଦି ଖାଇବାକୁ ଅନୁରୋଧ କରିଥିଲେ।
ବାଲନ୍ଦାପଡା ଓ କୁଏରମାଣ୍ଡୁ ଗ୍ରାମପଂଚାୟତରେ ସରପଂଚଙ୍କ ସହିତ, ସମିତି ସଭ୍ୟ ପଞ୍ଚାନନ ଦିଗାଲ ଯୋଗଦେଇ କୁପୋଷଣ ହଟାଇବାରେ ପଞ୍ଚାୟତ ପ୍ରତିନିଧି ମାନଙ୍କର ଥିବା ଭୁମିକା ଉପରେ ଆଲୋକପାତ କରିଥିଲେ।
ପୂର୍ବତନ ଫିରଙ୍ଗିଆ ବ୍ଲକ ଉପାଧକ୍ଷା ସସ୍ମିତା ଦିଗାଲ ମାଆ ଗୃହ ଦୀର୍ଘ ୧୦ ବର୍ଷ ଧରି ଅଞ୍ଚଳବାସୀଙ୍କୁ ଯୋଗାଇ ଆସୁଥିବା ସେବା ଗୁଡିକୁ ପ୍ରଶଂସା କରିବା ସହ, ଆଗାମୀ ଦିନରେ ସେବୀକା ମାନଙ୍କର ପ୍ରଚେଷ୍ଟାରୁ କୁପୋଷଣ ଦୂର ହେବ ବୋଲି ଆଶା ରଖିଥିଲେ। ସ୍ଥାନୀୟ ମହିଳା ପରିଦର୍ଶୀକା ଅପର୍ଣ୍ଣା ଦିଗାଲ ଯୋଗ ଦେଇ ପୋଷଣ ସମ୍ବଦ୍ଧୀୟ ବାର୍ତ୍ତା ବାଣ୍ଟିବା ସହିତ ପୁଷ୍ଟିକର ଖାଦ୍ୟ ମାଆ ଶିଶୁଙ୍କ ପାଇଁ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ବ୍ଲକ କାର୍ଯ୍ୟ ପରିଚାଳକ ଅଜୟ କୁମାର ସାହୁ ଯୋଗଦେଇ ଥିଲେ। କାର୍ଯ୍ୟ କ୍ରମରେ ମାଆ ଗୃହର ୧୦ ବର୍ଷର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଉପସ୍ଥାପନା କରିଥିଲେ।
ଏହି ଅବସରରେ ଅଞ୍ଚଳର କୁନି କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠିତ ହୋଇଥିବା ବେଳେ ତିନି ଜଣ ସୁସ୍ଥ ଶିଶୁ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବାଲନ୍ଦାପଡାର ଡା.ଅଭିତୋଶ ମିଶ୍ର ଉପସ୍ଥିତ ରହି ମାଆ ଗୃହର କାର୍ଯ୍ୟକୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ସମସ୍ତେ ହାତକୁ ହାତ ମିଶାଇ କାମ କରିପାରିଲେ ଆଗାମୀ ଦିନରେ କୁପୋଷଣ ଏବଂ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିପାରିବ ବୋଲି ମତ ପ୍ରକାଶ କରିଥିଲେ।
ସ୍ଥାନୀୟ ସ୍ୱେଚ୍ଛାସେବୀ ପଞ୍ଚୁଦେବ ପ୍ରଧାନଙ୍କୁ ନିଷ୍ଠାପର ସମାଜ ସେବା ପାଇଁ ଅତିଥିମାନେ ସମ୍ମାନିତ କରିଥିଲେ। କୁସ ସାନସେଠ ଓ ଆଲୋକ ସାମନ୍ତରାୟଙ୍କ ସଭା ପରିଚାଳନା କରିଥିବା ବେଳେ ପୁଷ୍ପିତା ସାହୁ, ଅନୁପମା କହଁର, ସାମନ୍ତି ଦିଗାଲ, ରିତାଞ୍ଜଳୀ ସାହୁ, ମାନସ ପ୍ରଧାନ, ସୈାରଭ ପଣ୍ଡା, ମାମିନା କହଁର ଓ ଗିତାଞ୍ଜଳୀ କହଁର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.