Odisha News

ନନ୍ଦିନୀ ମଳିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୩/୩ : କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ରବିବାର ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇଥିଲା କ୍ଷ ରବିବାର ସକାଳେ ବାଲିଗୁଡା ବ୍ଲକ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ କ୍ଷ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟି ଜୋନ ରୁ ୧୩ଟିରେ ଜିଲ୍ଲା ପରିଷଦ ସଭ୍ୟ ଆସନ ହାତେଇ ଥିବାବେଳେ ୩ଟି କଂଗ୍ରେସ ଓ ୨ଟିରେ ବିଜେପି ଆସନ ହାତେଇଥିଲା କ୍ଷ ବିଜେଡି ପକ୍ଷରୁ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ନନ୍ଦିନୀ ମଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବି ହାତେଇଛନ୍ତି କ୍ଷ ଏନେଇ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ଅନିମା କହଁରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି କ୍ଷ ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃଦା ଡିଙ୍କ ଉପସ୍ଥିତରେ ଘୋଷଣା କରାଯାଇଥିଲା କ୍ଷ ଘୋଷଣା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ବାଲିଗୁଡାରେ ପହଂଚିବା ପରେ ସ୍ଥାନୀୟ ବିଜେଡି କାର‌୍ୟ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରିଥିଲେ କ୍ଷ

Related Posts

Seo wordpress plugin by www.seowizard.org.