Odisha News

ନକ୍ସଲଙ୍କ ଲଙ୍କାକାଣ୍ଡ; ବିସ୍ଫୋରଣ କରି ଉଡ଼ାଇ ଦେଲେ ବିଟ୍ ହାଉସ, ଜାଳି ଦେଲେ ଜେସିବି

ନୂଆପଡ଼ା,୨୫/୮: ନୂଆପଡ଼ାରେ ପୁଣି ମାଓ ତାଣ୍ଡବ। ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ବିଟ୍ ହାଉସ୍ ଓ ଜେସିବି ମେସିନ୍ ଜାଳି ଦେଲେ ମାଓବାଦୀ। ଗୋଟିଏ ଘରେ ଲାଗିଛି ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ।
ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ।
ନୂଆପଡ଼ାରୁ ମାତ୍ର ୧୨ କିଲୋମିଟର ଦୂର ଏହି ଗାଁରେ ରିପୋର୍ଟ ଲେଖାଯିବା ଯାଏ ପୁଲିସ ପହଞ୍ଚି ନଥିବା ଜଣାଯାଇଛି। ଏଣେଏଭଳି ଘଟଣାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି।

Related Posts

Seo wordpress plugin by www.seowizard.org.