Odisha News

ଧାମନଗର ବିଧାୟ ଭାବେ ସପଥ ନେଲେ ସୁର୍ଯ୍ୟବଂଶୀ ସୂରଜ

ଭୁବଦେଶ୍ୱର, ୯/୧୧: ଧାମନଗର ବିଧାୟକ ହେଲେ ସୂର୍ଯ୍ୟବଂଶୀ ସୂରଜ । ବୁଧବାର ଦିନ ବିଧାନସଭାର ବାଚଷ୍ପତି ବିକ୍ରମ ଆରୁଖ ସୂର୍ଯ୍ୟବଂଶୀଙ୍କୁ ପଦ ଓ ଗୋପନୀୟତାର ସପଥ ପାଢ଼ କରାଇଛନ୍ତି । ଆଜିଠାରୁ ବିଧିବଦ୍ଧ ଭାବେ ସୂରଜ ବିଧାୟକ ଭାବେ କର୍ଯ୍ୟଭାର ସମ୍ଭାଳିଛନ୍ତି ।
ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଠାରେ ସେ କହିଥିଲେ, ତାଙ୍କ ବିଜୟ ହେଉଛି ଧାମନଗରବାସୀଙ୍କ ବିଜୟ। ଧାମନଗରବାସୀଙ୍କ ବିକାଶ ଓ ଦଳ ପାଇଁ ସେ ଗୁଣ୍ଡୁଚି ମୁଷା ଭଳି କାମ କରିବେ। ଧାମନଗର ଉପନିର୍ବାଚନରେ ପ୍ରାୟ ୯ ହଜାର ଭୋଟରେ ସୂର‌୍ୟ୍ୟବଂଶୀ ବିଜୟୀ ହୋଇଛନ୍ତି। ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ଆସନ ଖାଲି ପଡ଼ିଥିଲା।

Related Posts

Seo wordpress plugin by www.seowizard.org.