Odisha News

ଦେଶ ଓ ରାଜ୍ୟରେ ଏବେ ନିର୍ବାଚନ ପାଇଁ ମାହୋଲ ଗରମ: ପ୍ରଚାରରେ ବ୍ୟସ୍ତ ନେତା

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଦେଶରେ ଏବେ ଚାଲିଛି ନିର୍ବାଚନୀ ମାହୋଲ । ଓଡିଶାରେ ଡିସେମ୍ବର ୫ରେ ହେବାକୁ ଥିବା ଉପନିର୍ବାଚ ପାଇଁ ରାଜନୀତି ସରଗରମ ରହିଥିଲା ବେଳେ ହିମାଞ୍ଚଳ ପ୍ରଦେଶରେ ଶନିବାର ଦିନ ଶେଷ ହୋଇଛି ବିଧାନସଭା ନିର୍ବାଚନ । ଗୁଜୁରାଟରେ ଡିସେମ୍ବର ୧ ଓ ୫ ତାରଖ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ପରେ ପରେ ୨୦୨୩ ରେ ହେବ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ । ଏଥିପାଇଁ ପୂରା ପ୍ରସୃତିରେ ଲାଗିପଡିଛନ୍ତି ରାଜନୈତିକ ଦଳ । ହିମାଞ୍ଚଳ ପ୍ରଦେଶରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍ ହୋଇ ସାରିଛି । ୬୮ଆସନରେ ଅନୁଷ୍ଠିତ ହୋଇଛି ନିର୍ବାଚନ । ଏଥର କାହା ମୁଣ୍ଡରେ ହିମାଞ୍ଚ ପ୍ରଦେଶ ପ୍ରଦେଶର ସୁନା ମୁକୁଟ ପିନ୍ଧାଇବେ ପାହାଡି ରାଜ୍ୟ ହିମାଚଳବାସୀ ତାହା ଡିସେମ୍ବର ୫ ତାରିଖରେ ଜଣାପଡିବ ।
ହିମାଚଳ ପ୍ରଦେଶ ରାଜନୈତିକ ଇତିହାସ କଥା ଦେଖିଲେ ୧୯୯୫ ମସିହାରୁ ଠାରୁ କୌଣସି ରାଜନୈତିକ ଦଳ ଲଗାତାର ଶାସନ ଗାଦିରେ ବସି ନାହାଁନ୍ତି । ପ୍ରତି ଥର ସରକାର ବଦଳାଇ ଥାନ୍ତି ପାହାଡି ଇଲାକାର ଭୋଟର । ହିମାଚଳ ପ୍ରଦେଶର ପୁର୍ବ ରେକର୍ଡସ୍ ଦେଖିଲେ ଚଳିତ ନିର୍ବାଚନରେ କାହା ସପକ୍ଷରେ ଭୋଟ ଯାଇଥିବ କହିବା କଷ୍ଟ । ପୁର୍ବରୁ ସେଠାରେ ଦୁଇ ମୁଖ୍ୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ହେଉଥିଲା ବେଳେ ଏଥର ନିର୍ବାଚନ ମଇଦାନକୁ ଓହ୍ଲୋଇଛି ଅ।।ପ୍ । ଏଠି ପ୍ରଶ୍ନ ଉଠୁଛି କ’ଣ ହିମାଚଳର ଇତିହାସ ବଦଳିବ ନା ପୁର୍ବ ପରମ୍ପରା ବଜାଇ ରହିବ ତାହା ନିର୍ବାଚନ ଫଳାଫଳହିଁ କହିବ ।

Related Posts

Seo wordpress plugin by www.seowizard.org.