Odisha News

ଦେଶରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୭: ଦେଶରେ ଆଜି ନୂତନ ଅପରାଧିକ ଆଇନ କାର୍ଯ୍ୟକାରି ହୋଇଥିବାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ରିଜର୍ଭ ଇନ୍ସିପେକ୍ଟର କୁଳମଣୀ ଗିରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
ଡିଏସପି ସଂଯୁକ୍ତା ବାର୍ଲା ମହିଳା ଓ ଶିଶୁ ନିର୍ଯ୍ୟାତନା ମହିଳାଙ୍କ ଉପରେ ଶାରୀରିକ ଶୋଷଣ,ଯୌନ ଉତପିଡନ ଏବଂ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସବିଶେଷ ଆଲୋଚନା କରିଥିଲେ ।
ଡିଏସପି(ପିସିଆର ସେଲ) ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଏହି ନୂତନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ତାଙ୍କ ବକ୍ତବ୍ୟରେ ଏହି ନୂତନ ଆଇନର କାର୍ଯ୍ୟକାରିତା, ଯେ କୌଣସି ସ୍ଥାନରୁ ଅନ ଲାଇନରେ ପଂଜିକରଣ, ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ବ୍ୟବସ୍ଥା ଭାରତୀୟ ନ୍ୟାୟ ସଂହିତା ୨୦୨୩,ଭାରତୀୟ ନାଗରିକ ସୁରକ୍ଷା ସଂହିତା୨୦୨୩,ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ବିଷୟରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ,କର୍ମଚାରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ମିଶନ ଶକ୍ତିର ମହିଳା ଉପସ୍ଥିତ ଥିଲେ ସେହିପରି ବୌଦ୍ଧ ଆଦର୍ଶ ଥାନା ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ବୌଦ୍ଧ ଆଦର୍ଶଥାନା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାନୀ ସଭାରେ ଅତିଥି ଭାବରେ ବରିଷ୍ଠ ଆଇଜିବୀ ତଥା ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ,ଜିଲ୍ଲା ଓକିଲ ସଂଘ ସଭାପତି ଧୂରୀଣ କୁମାର ଦେହୁରୀ,ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶିବ ପ୍ରସାଦ ମିଶ୍ର,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ,ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଓ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ ଯୋଗଦେଇ ପରିବର୍ତ୍ତିତ ନୂତନ ଆଇନ ବ୍ୟବସ୍ଥା ଉପରେ ନିଜ ନିଜର ମତ ପ୍ରକାଶ କରିଥିଲେ ।
ବରିଷ୍ଠ ଆଇନଜିବୀ ତଥା ପୂର୍ବତନ ବିଧାୟକ ଶ୍ରୀଦଲାଲ ନୂତନ ଭାବରେ କାର୍ଯ୍ୟକାରୀ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଦେଶରେ ଦୁଇଶହ ବର୍ଷରୁ କାର୍ଯ୍ୟକାରୀ ବ୍ରିଟିଶ ଆଇନ ପରିର୍ବତନ ହୋଇଛି ଏବଂ ଦେଶବାସୀଙ୍କ ପାଇଁ ଏହା ଏକ ଐତିହାସିକ ସମୟ ବୋଲି ପ୍ରକାଶ କରିଥିଲେ । ତେବେ ନୂତନ ଆଇନ କାର୍ଯ୍ୟକାରୀ ପୂର୍ବରୁ ଅଧିକ ସମୀକ୍ଷା ଓ ସଚେତନତାର ଆବଶ୍ୟକତା ରହିଥିଲା ବୋଲି ଶ୍ରୀଦଲାଲ ମତବ୍ୟକ୍ତ କରିଥିଲେ ।
ସେହିପରି ଜିଲ୍ଲା ଓକିଲ ସଂଘର ସଭାପତି ଶ୍ରୀଦେହୁରୀ ନୂତନ ଆଇନକୁ ଅଧିକ ତର୍ଜମା କରାଯିବାର ଆବଶ୍ୟକତା ରହିଥିଲା । ତାହା ନ କରାଯାଇ ସଙ୍ଗେ ସଙ୍ଗେ ଲୋକଙ୍କ ଉପରେ ଲଦି ଦିଆଗଲା ତାହା ଠିକ ହେଲା ନାହିଁ ବୋଲି କହିବା ସହିତ ନୂତନ ଆଇନରେ ପୁଲିସକୁ ଅଧିକ କ୍ଷମତା ପ୍ରଦାନ କରାଯାଇଥିବାରୁ ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଏହାର ଦୁରୁପଯୋଗ ଯେପରି ନହେବ ସେଥିପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ ।
ଅତିଥିମାନେ ନୂତନ ଆଇନ କାର୍ଯ୍ୟକାରୀ ହୋଇଥିବାରୁ ସବୁବର୍ଗର ଲୋକଙ୍କୁ ଏନେଇ ବ୍ୟାପକ ସଚେତନ କରାଯିବା ନେଇ ସଭାରେ ମତପ୍ରକାଶ କରିଥିଲେ । ଥାନା ଅଧିକାରୀ ଶ୍ରୀମୁନି ନୂତନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାରୁ ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ଓ ନ୍ୟାୟ ବ୍ୟବସ୍ଥାକୁ ସହଯୋଗ ମିଳିବ ବୋଲି ପ୍ରକାଶ କରିବା ସହିତ ପୁଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏନେଇ ବ୍ୟାପକ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ଏବଂ ଆଗାମୀ ତିନିମାସ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକ ଓ ସାଧାରଣଲୋକଙ୍କୁ ନୂତନ ଆଇନ ନେଇ ସଚେତନ କରାଯିବ ବୋଲି ପ୍ରକାଶ କରିଥିଲେ ।
ଏହି ଅବସରରେ ଜିଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର ନୂତନ ସାକ୍ଷ ଆଇନ ଦ୍ୱାରା ବୈଦ୍ୟୁତିକ ଗଣମାଧ୍ୟମର କ୍ଷମତା ଓ ଦାୟିତ୍ୱ ବୃଦ୍ଧି ହୋଇଥିବାବେଳେ ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି ଉଦଘାଟନୀ ସଭାରେ ସହରର ଅନେକ ବୁଦ୍ଧିଜିବୀ,ଛାତ୍ରଛାତ୍ରୀ ଏବଂ ସାମ୍ବାଦିକମାନେ ଯୋଗଦେଇଥିଲେ ।
ବୌଦ୍ଧଜିଲ୍ଲାର ଗ୍ରାମାଂଚଳରେ କ୍ୱାକ ଭରସାରେ ରୋଗୀସେବା
ବୌଦ୍ଧ,୩/୭: ବୌଦ୍ଧଜିଲ୍ଲାରେ ସ୍ୱାସ୍ଥ୍ୟସେବ ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲାର ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବହୁ ଡାକ୍ତର ପଦବି ଖାଲି ପଡିଛି । ଯାହାଫଳରେ ଜିଲ୍ଲାରେ ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସରକାର ମୌଳିକ କର୍ତ୍ତବ୍ୟ ହୋଇଥିବା ବେଳେ ବୌଦ୍ଧଜିଲ୍ଲାରେ ତାହା ବିଫଳ ହୋଇଛନ୍ତି । ଜିଲ୍ଲାରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ଫାଇଦା ଉଠାଉଛନ୍ତି କ୍ୱାକ । ଗ୍ରାମଂଚଳରେ କ୍ୱାକ କରୁଛନ୍ତି ରୋଗୀସେବା । କ୍ୱାକମାନେ ରୋଗୀଙ୍କୁ ଭଲ କରିଦେବାର ପ୍ରତିଶୃତି ଦେଇ ଚିକିତ୍ସା କରୁଛନ୍ତି । ଯଦି ଗୁରୁତର ହେଲେ ବିଭିନ୍ନ ଆଳ ଦେଖାଇ ରୋଗୀକୁ ବାହାରକୁ ଯାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଉଛନ୍ତି ।
ଗ୍ରାମାଂଚଳରେ ବସବାସ କରୁଥିବା ସରଳ ଗ୍ରାମବାସୀ ସେମାନଙ୍କ କଥାରେ ବିଶ୍ୱାସ କରି ଯେ କୌଣସି ରୋଗ ହେଲେ ପ୍ରଥମେ ତାଙ୍କ ପାଖକୁ ଧାଇଁ ଆସୁଛନ୍ତି । ଏପରିକି ସୁବିଧା ଅସୁବିଧାରେ ରାତି ଅଧରେ କ୍ୱାକମାନେ ରୋଗୀଙ୍କ ଘରେ ପହଂଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଯୋଗୁଁ ରୋଗୀମାନେ ଡାକ୍ତର ଅପେକ୍ଷା କ୍ୱାକ ଉପରେ ଅଧିକ ଭରସା ରହୁଛି । ବର୍ତ୍ତମାନ ଋତୁ ପରିବର୍ତ୍ତନ ହେଉଥିବାରୁ ଏପରିସ୍ଥିତିରେ ଜିଲ୍ଲାର ଗାଁମାନଙ୍କରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଆଦି ବିଭିନ୍ନ ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ରୋଗୀ ଡାକ୍ତରଖାନା ନ ଯାଇ କ୍ୱାକମାନଙ୍କ ଠାରେ ଚିକିତ୍ସା କରାଉଥିବା ଆଲୋଚନା ହେଉଛି । ଡାକ୍ତରଖାନା ଅପେକ୍ଷା କ୍ୱାକମାନଙ୍କ ଠାରେ ରୋଗୀଙ୍କ ଭିଡ ଜମୁଛି । ଏପରିକି ବିଭିନ୍ନ ସମୟରେ କ୍ୱାକମାନଙ୍କ ଠାରେ ଚିକିତ୍ସିତ ହେଉଥିବା ରୋଗୀ ଭୂଲ ଚିକିତ୍ସା ଯୋଗୁଁ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି । ଗାଁ ଗାଁରେ ଏବେ କ୍ୱାକଙ୍କ ସଂଖ୍ୟା ଦିନକୁ ଦିନନ ବଢିବାରେ ଲାଗିଛି ।
ଗ।।ଁ ଗାଁରେ କ୍ଲିନିକ ଖୋଲି ଖୁଲମ ଖୁଲା ଚିକିତ୍ସା କରୁଛନ୍ତି । ସରକାର ରୋଗୀଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ଦେଉଥିଲେ ମଧ୍ୟ ରୋଗୀ ଡାକ୍ତରଖାନା ଅପେକ୍ଷା କ୍ୱାକ ପାଖକୁ ଯାଉଛନ୍ତି ଓ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି । ଡାକ୍ତରଖାନାରେ ଚିକିତ୍ସା କରାଇଲେ ସେମାନଙ୍କ ଜୀବନ ସୁରକ୍ଷିତ ଜାଣି ମଧ୍ୟ ଅନେକ ରୋଗୀ କ୍ୱାକ ପାଖକୁ ଯାଉଛନ୍ତି । ଗ୍ରାମାଂଚଳରେ ଡାକ୍ତର ସାଜିଥିବା କ୍ୱାକମାନଙ୍କ ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଯାହାଫଳରେ କ୍ୱାକମାନେ ନିର୍ଭୟରେ ରୋଗୀସେବା ନାମରେ ସେମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ଏପରି ସ୍ଥଳେ ପ୍ରଶାସନ କ୍ୱାକ କେନ୍ଦ୍ର ଉପରେ ପ୍ରଶାସନ ପକ୍ଷରୁ ଚଢଉ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।
ବୌଦ୍ଧ ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ,୩/୭: ଭାରତୀୟ ଷ୍ଟେଟବ୍ୟାଙ୍କର ୬୯ତମ ପ୍ରତିଷ୍ଠା ଦିବସରେ ବୌଦ୍ଧ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ଅତିରିକ୍ତ ମୁଖ୍ୟଚିକିତ୍ସାଧିକାରୀ ଡା. ବି.କେ.ଆର.ସି ହେମ୍ବ୍ରମ ଏହି ଶିବିରକୁ ଉଦଘାଟନ କରିଥିଲେ ।
ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ମହାପ୍ରବନ୍ଧକ ଫୁଲବାଣୀ ପ୍ରକାଶ ଗ୍ରହାଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିିବିରରେ ଅନ୍ୟତମ ଅତିଥି ଭାବରେ ବୁଟୁପାଲି କୃଷି ଶାଖାର ମୁଖ୍ୟପରିଚାଳକ କାର୍ତ୍ତିକେଶ୍ୱର ପଣ୍ଡା ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ଡାକ୍ତର ଦିବସ ପାଇଁ ଏହି ଅବସରରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଡା. ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୌଦ୍ଧ ରକ୍ତଭଣ୍ଡାର କର୍ମଚାରୀମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାବେଳେ ବୌଦ୍ଧ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ଓ କୃଷି ଶାଖାର ୪୦ ଜଣ କର୍ମଚାରୀ ସ୍ୱେଛାକୃତ ରକ୍ତଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.