Odisha News

ଦେଶରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ପୂର୍ବରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୭: ଦେଶରେ ଆଜି ନୂତନ ଅପରାଧିକ ଆଇନ କାର୍ଯ୍ୟକାରି ହୋଇଥିବାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ରିଜର୍ଭ ଇନ୍ସିପେକ୍ଟର କୁଳମଣୀ ଗିରି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।
ଡିଏସପି ସଂଯୁକ୍ତା ବାର୍ଲା ମହିଳା ଓ ଶିଶୁ ନିର୍ଯ୍ୟାତନା ମହିଳାଙ୍କ ଉପରେ ଶାରୀରିକ ଶୋଷଣ,ଯୌନ ଉତପିଡନ ଏବଂ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସବିଶେଷ ଆଲୋଚନା କରିଥିଲେ ।
ଡିଏସପି(ପିସିଆର ସେଲ) ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଏହି ନୂତନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ତାଙ୍କ ବକ୍ତବ୍ୟରେ ଏହି ନୂତନ ଆଇନର କାର୍ଯ୍ୟକାରିତା, ଯେ କୌଣସି ସ୍ଥାନରୁ ଅନ ଲାଇନରେ ପଂଜିକରଣ, ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ବ୍ୟବସ୍ଥା ଭାରତୀୟ ନ୍ୟାୟ ସଂହିତା ୨୦୨୩,ଭାରତୀୟ ନାଗରିକ ସୁରକ୍ଷା ସଂହିତା୨୦୨୩,ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ବିଷୟରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ,କର୍ମଚାରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ମିଶନ ଶକ୍ତିର ମହିଳା , ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.