Odisha News

ଦୁର୍ଘଟଣା ଗ୍ରସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୮/୨ : ଯାଜପୁର ଜିଲ୍ଲା ମହୋତ୍ସବରେ ଯୋଗଦେବା ପାଇଁ ଧବଳଗିରୀ ରୁ ଯାଜପୁର ଟାଉନ ଯାଉଥିବା ସମ୍ୱରୀଙ୍କ ସ୍କୁଟି ଦୁର୍ଘଟଣାରେ ଦୁଇ ଜଣ ଆହତଙ୍କୁ ସହାୟତାର ହାତବଢ଼ିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ଯାଜପୁର ଟାଉନ ଯାଉଥିବା ସମୟରେ ମାଳ ଆନନ୍ଦପୁର ଠାରେ ଗୋଟାଏ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ଦୁଇ ଆରୋହୀ ଗୁରୁତର ଆହତ ହୋଇଥିଲେ । ଏହା ତାଙ୍କ ନଜରକୁ ଆସିଥିଲା ବେଳେ ସେ ତୁରନ୍ତ ସେଠାରେ ଅଟକି ଥିଲେ ।
ଗାଡ଼ିରୁ ଓହ୍ଲାଇ ଉଭୟଙ୍କ ନିକଟକୁ ଯାଇ ସେମାନଙ୍କ ଅବସ୍ଥା ବୁଝିବା ସହିତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ବିଭିନ୍ନ ସମୟରେ ନିଜ ଦରଦୀ ହୃଦୟ ଓ ସେବା ମନୋଭାବ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଇଂ ଘଡାଇ ।

Related Posts

Seo wordpress plugin by www.seowizard.org.