Odisha News

ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଲିପ୍ଟ ଦେଇ ଯାତ୍ରୀଙ୍କୁ କରୁଥିଲେ ଲୁଟ୍

ଭୁବନେଶ୍ବର ୧୭/୨: ଭୁବନେଶ୍ୱର ସହିଦନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା । ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଲୁଟେରାଙ୍କ ମଧ୍ୟରେ ଚାନ୍ଦବାଲିର ଜଣେ ଓ ଯାଜପୁରର ଜଣେ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ଦୁଇ ଲୁଟେରା ବାଣୀବିହାର ଛକରୁ କାର୍ ଯୋଗେ ଯାତ୍ରୀଙ୍କୁ ଉଠାଇଥିଲେ । ରାସ୍ତାରେ ଯାତ୍ରୀଙ୍କୁ ମୃଦୁପାନୀୟରେ ନିଶା ଦେଇ ଅଚେତ କରାଇଥିଲେ ।
ଅଚେତ ହେବା ପରେ ଲୁଟପାଟ କରି ରାସ୍ତାରେ ଗ୍ରାହକଙ୍କୁ ଫିଙ୍ଗି ଫେରାର ହୋଇଯାଇଥିଲେ । ନିଶାଦିଆ ଲୁଟେରାଙ୍କ ନାଁରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଥିଲା ସହିଦନଗର ଥାନା ପୋଲିସ । ଶେଷରେ ଦୁଇ ନିଶାଦିଆ ଲୁଟେରାଙ୍କୁ ପୋଲିସ ଗିରଫ କରିଛି ।

Related Posts

Seo wordpress plugin by www.seowizard.org.