Odisha News

ଦୁଇବର୍ଷ ପରେ ପୁଣି ଦୁଲୁକିଲା ବୁଦ୍ଧ ମଣ୍ଡପ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟିତ ହେଲା ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୪: କରୋନା ମହାମାରୀ ଯୋଗୁଁ ସରକାରଙ୍କ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେବ ବୌଦ୍ଧଜିଲ୍ଲାରେ ସମସ୍ତ ସାଂସ୍କୃତିକ , ମହୋତ୍ସବ, ମେଳା ଆଦି ବନ୍ଦ ହୋଇଥିବା ବେଳେ ଗତ ଦୁଇ ବର୍ଷ ପରେ ଆଜି ପୁଣି ଦୁଲୁକିଲା କଚେରୀ ପଡିଆ ଠାରେ ଥିବା ବୁଦ୍ଧ ମଣ୍ଡପ । ବୌଦ୍ଧଜିଲ୍ଲା ପ୍ରଶାସନ, ଓରମାସ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ କଚେରୀ ପଡିଆ ଠାରେ ଶ୍ରୀରାମ ଲୀଳା ଯାତ୍ରା, ପଲ୍ଲିଶ୍ରୀମେଳା ଓ ପୁସ୍ତକ ମେଳା ଉଦଘାଟିତ ହୋଇଯାଇଛି ।
ପଲ୍ଲିଶ୍ରୀମେଳା ଓ ପୁସ୍ତକ ମେଳା ଦ୍ୱାରା ଲୋକମାନେ ବାହାର ଅଂଚଳର ଜିନିଷ ସୁବିଧା ଓ ସୁଲଭ ମୂଲ୍ୟରେ ପାଇ ପାରିବେ ତାହା ସହିତ ମେଳା ମାଧ୍ୟମରେ ଜିଲ୍ଲାର କଳା ସଂସ୍କୃତି ସହିତ ବାହାର ଜିଲ୍ଲାର କଳା ଓ ସଂସ୍କୃତିର ମିଳନ ସ୍ଥଳ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗ ଦେଇ ଜିଲ୍ଲାର ପ୍ରାଚୀନକଳା ସଂସ୍କୃତି ଓ ଐତିହ ମହାନ ବୋଲି ବର୍ଣ୍ଣନା କରିଥିଲେ ।
ପଲ୍ଲିଶ୍ରୀମେଳା ଓ ପୁସ୍ତକ ମେଳାର ଅଧ୍ୟକ୍ଷ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବବିତାରଣୀ ଦଳବେହେରା, ପିଡି ଡିଆରଡିଏ ଅଶ୍ୱିନୀ ମେହେର, ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର ଯୋଗଦେଇ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ର ବାହାରି ସହର ପରିକ୍ରମ କରି କଚେରୀ ପଡିଆ ଠାରେ ପହଂଚିଥିଲା । ଅତିଥି ମାନେ ମେଳାରେ ଲାଗିଥିବା ଷ୍ଟଲ ଗୁଡିକୁ ବୁଲିଦେଖିଥିଲେ । ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳମାନେ ଯୋଗଦେଇଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ମନଭରି ଉପଭୋଗ କରିଥିଲେ । ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।
ବୌଦ୍ଧ ରାମଲୀଳା ଯାତ୍ରାର ମଞ୍ଚସ୍ଥ ହେଲା ନାଟକ ଲକ୍ଷ୍ମଣ ଶକ୍ତିଭେଦ
ବୌଦ୍ଧ,୨୪ା୪ : ବୌଦ୍ଧଗଡଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଶନିବାର ଦିନ ତ୍ରୟୋଦଶ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ଲକ୍ଷ୍ମଣ ଶକ୍ତିଭେଦ । ରାବଣର ଅଳିଅଳ ପୁତ୍ର ଇନ୍ଦ୍ରଜିତର ଲକ୍ଷ୍ମଣ ହସ୍ତରେ ମୃତ୍ୟୁ ଖବର ପାଇ ମର୍ମାହତ ଦଶାନନ ।
ପୁତ୍ର ମୃତ୍ୟୁରେ ଜର୍ଜରିତ ରାବଣ ନିଜେ ଯୁଦ୍ଧକୁ ଯିବ ମାରିବ ପ୍ରଭୁ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣ ଓ ଭାତୃ ବିଭିଷଣ । ଘରେ ସାଇତି ରଖିଥିବା ପୁଜାର୍ଚ୍ଚନା କରୁଥିବା ଏକଘ୍ନି ଅସ୍ତ୍ର ଧରି ବାହରି ପଡିଛି ରଣକ୍ଷେତ୍ରେ । ଭାତୃ ବିଭିଷଣ ଘରର ଶତୃୁ ପାଲଟି ମରାଇଛି ସବଂଶେ ।
ଏକଘ୍ନି ଶାୟକ ଅସ୍ତ୍ର ଭାତୃ ବିଭିଷଣକୁ ମାରିବା ବେଳେ ଅସ୍ତ୍ର ବାଜିଛି ଲକ୍ଷ୍ମଣଙ୍କ ଦେହରେ । ଟଳି ପଡିଛନ୍ତି ଲକ୍ଷ୍ମଣ । ଲକ୍ଷ୍ମଣ ଟଳି ପଡିବା ପରେ ଛତ୍ରଭଙ୍ଗ ଦେଇଛି ରାବଣ । ଲକ୍ଷ୍ମଣ ଟଳି ପଡିବା ପରେ ବିଳଚିତ ହୋଇପଡିଥିଲେ ପ୍ରଭୁ ଶ୍ରୀରାମ । ଶୂଶେଣ ବୈଦ୍ୟର ଆଦେଶରେ ହନୁମାନ ଗନ୍ଧମାର୍ଦ୍ଦନରୁ ବିଶଲ୍ୟକରଣୀ ଓøଷଧ ଆଣି ବଞ୍ଚାଇ ପାରିଛନ୍ତି ଲକ୍ଷ୍ମଣଙ୍କ ଜୀବନ । ଯେଉଁ ରାତିକ ସତୀଙ୍କ କଥାରେ ହୋଇଲା ସାତଦିନ ସାତରାତି ନପାହୁ ରାତି ନମରୁ ପତି । ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ । ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି ।

ଉତ୍ତମ ସେବା ଯୋଗାଇବା ପାଈଁ ବୌଦ୍ଧ ପୋଲିସ ପଦକ୍ଷେପ
ବୌଦ୍ଧ,୨୪/୪: ସରକାର ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଥିବା ବେଳେ ବୌଦ୍ଧ ପୁଲିସ ପକ୍ଷରୁ ତୁରନ୍ତ ସେବା ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ପତାକା ଦେଖାଇ ଦୁଇଟି ୧୧୨ ଗାଡିର ଶୁଭାରମ୍ଭ କରିଥିଲେ ।
ଲୋକମାନେ ୧୧୨କୁ ଡାଇଲ କଲେ ଉକ୍ତ ସେବା ଯାଇ ଘରେ ପହଞ୍ôଚବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାନ୍ତି ସୁଚନା ଦେଇଥିଲେ । ଗୋଟିଏ ଗାଡିକୁ ମନମୁଣ୍ଡା ଠାରେ ଦିଆଯାଇଥିବା ବେଳେ ଆଉ ଗୋଟିଏ ଗାଡିକୁ ବୌଦ୍ଧ ଠାରେ ରଖାଯାଇଥିବା ଜଣାପଡିଛି । ଏହି ଶୁଭାରମ୍ଭ ସମୟରେ ଡିଏସପି ଧିରେନ୍ଦ୍ର ସ୍ୱାଇଁ , ଦେବାଶିଷ ଧଳ ,ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ , ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ, ରିଜର୍ଭ ଇନିସପେକଟର ମଧୁସୁଦନ ମହାପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.