Odisha News

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ଭିଡିଓ କନ୍ ଫରେନସିଂ ମାଧ୍ୟମରେ ବିଭିନ୍ନ ଆଲୋଚନା

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୨୪/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମହିପୁର ସିଏଚସି ସ୍ବାସ୍ଥ୍ୟ କେନ୍ଦ୍ର ରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଆଗାମୀ ଦିନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ କିପରି ରକ୍ତ ସମସ୍ୟା ଦୂରୀକରଣ କରାଯାଇପାରିବ ,ସି ଏଚ ସି ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଉନ୍ନତ ମାନର କାର‌୍ୟ୍ୟ ଯନ୍ତ୍ରପାତି ର ବ୍ୟବହାର କରାଯାଇପାରିବ ଯେପରି ଲୋକମାନେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ,ରୋଗୀ କଲ୍ୟାଣ ପାଣ୍ଠିର ସୁବିନିଯୋଗ ,କରୋନା ମହାମାରୀ ପାଇଁ ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ସେବା କିପରି ଯୋଗାଇ ଦିଆଯିବ,ସି ଏଚ ସି ସ୍ବାସ୍ଥ୍ୟ କେନ୍ଦ୍ର ର ଉନ୍ନତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ।


ଏହି କାର‌୍ୟ୍ୟକ୍ରମରେ ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ସିଡିପିଓ ସୁଭ୍ରକେଶି ମଲ୍ଲିକ,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ସି ଏଚ ସି ସ୍ବାସ୍ଥ୍ୟ କେନ୍ଦ୍ର ରେ କାର‌୍ୟ୍ୟରତ ଡାକ୍ତର ,କମିଟି ସଭ୍ୟ ଅରୁଣ କୁମାର ସାହୁ,ସୋମନାଥ ସାହୁ,ପ୍ରତାପ ଚନ୍ଦ୍ର ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ସେହିପରି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଗଣିଆ ବ୍ଲକ ଅଧ୍ୟକ୍ଷା ଶେଷଦେବ ସ୍ୱାଇଁ ଭିଡିଓ କନ୍ ଫରେନସିଂ ମାଧ୍ୟମରେ ଗଣିଆ ରୋଗୀ କଲ୍ୟାଣ ସମିତି କାର‌୍ୟ୍ୟକ୍ରମ ର ସୁପରିଚାଳନା କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର‌୍ୟ୍ୟ,ସ୍ବାସ୍ଥ୍ୟସେବା ,ରକ୍ତଦାନ ଶିବିର,ଆଦି ଉପରେ ବିଶଦ ଭାବେ ଆଲୋଚନା କରିଥିଲେ।

Related Posts

Seo wordpress plugin by www.seowizard.org.