Odisha News

ଦଳେଇ ଘାଇଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ, ମାଛଗାଁ ନିକଟରେ ଦେବୀ ନଦୀରେ ଘଳିଆ

ଜଗତସିଂହପୁର, ୧୭/୮: ଜଗତସିଂହପୁର ଜିଲ୍ଲାରେ ଦେବୀ, ପାଇକା ଓ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇ ଚାଲିଥିବା ଯୋଗୁଁ ଧୀରେ ଧୀରେ ଅଧିକ ଗାଁ ପ୍ରଭାବିତ ହେବାରେ ଲାଗିଛି ।
ଦେବୀ ନଦୀର ମାଛଗାଁ, ଆଳିପିଙ୍ଗଳ ଓ ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ମହାନଦୀ ଓ ପାଇକା ନଦୀରେ ମଧ୍ୟ ବନ୍ୟାଜଳ ବିଭିନ୍ନ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ଦଳେଇ ଘାଇଠାରେ ବିପଦ ସଂକେତ ୫୭ଫୁଟ ରହିଥିବା ବେଳେ ଏଠାରେ ୬୦ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏଠାରେ ଲୋକଙ୍କ ଭିଡ଼ ଜମୁଥିବା ସହ ଏହି ସ୍ଥାନ ଉପରେ ସମସ୍ତଙ୍କ ନଜର ରହିଛି ।
ସେହିପରି ଦେବୀ ନଦୀ ବନ୍ଧର ମାଛଗାଁ ନିକଟରେ ଏକ ଘଳିଆ ପଡିଥିବାରୁ ଏହି ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।
ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ସ୍ଥାନରେ ଘଳିଆକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ମଙ୍ଗଳବାର ରାତିଠାରୁ ବୁଧବାର ବନ୍ୟାଜଳ ଅଧିକ ବୃଦ୍ଧି ପାଉଥିବାରୁ କୁଜଙ୍ଗ ଓ ତିର୍ତ୍ତୋଲର ୨୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇରହିଛି ।

Related Posts

Seo wordpress plugin by www.seowizard.org.