Odisha News

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ବିଭିନ୍ନ ପଦ ପଦବୀ ଆସନ ଅଳଙ୍କୃତ କରିଥିବା ସମସ୍ତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୩ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ- ୨୦୨୨ରେ ବିଜୟୀ ହୋଇ ବିଭିନ୍ନ ପଦପଦବୀ ଆସନ ଅଳଙ୍କୃତ କରିଥିବା ସମସ୍ତଙ୍କୁ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ କେ:ସୀତାପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା କରାଯିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଦୀର୍ଘ ୧୫ ବର୍ଷ ଧରି କେ: ସୀତାପୁର ପଞ୍ଚାୟତ ସମ୍ପୂର୍ଣ୍ଣଭାବେ ଭ୍ରଷ୍ଟାଚାରରେ ବୁଡି ରହିଥିବା ଗଡ଼ ଚଳିତ ନିର୍ବାଚନରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଯୋଗୁଁ ଅଞ୍ଚଳବାସୀ ଏଥିରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ।
ଚଳିତ ଥରର ଗତ ପଞ୍ଚାୟତ ନିର୍ବାଚନରେ ସମ୍ପୃକ୍ତ କେ:ସୀତାପୁର ପଞ୍ଚାୟତ ଅଞ୍ଚଳରେ ରାଜ୍ୟର ନବୀନ ସରକାରଙ୍କ ଆଦର୍ଶ ମୂଳକ ଯୋଜନା କାର୍ଯ୍ୟକ୍ରମ ଗୁଡିକୁ ଗ୍ରହଣ କରି ସମସ୍ତ ବିଜେଡି ସମର୍ଥିତ ପଦ-ପଦବୀରେ ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ନାଏବ ସରପଞ୍ଚ , ସରପଞ୍ଚ , ସମିତିସଭ୍ୟ , ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ସମସ୍ତ ଆସନ ଓ ପଦ-ପଦବୀରେ ବିଜୟୀ ହାସଲ କରିଥିବା ଯୋଗୁଁ କେ:ସୀତାପୁର , ଦେବଦଳା , ସିଙ୍ଗିପୁର , ବିଶିରିଙ୍ଗି , ପ୍ରଭୃତି ପ୍ରାୟ ୨୦ ଗୋଟି ଗ୍ରାମବାସୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି ।
ଏହି ଉପରୋକ୍ତ ଗ୍ରାମ ଗୁଡିକ ପକ୍ଷରୁ ନିର୍ବାଚନରେ ବିଜୟ ହାସଲ କରି ବିଭିନ୍ନ ପଦପଦବୀ ଅଳଙ୍କୁତ କରିଥିବା ସିଙ୍ଗିପୁର ଗ୍ରାମ ଯୁବକ ସଂଘର ସମର୍ଥିତ ଯୁବନେତା ଶ୍ରୀ କାଲିପିଲି ତେଜେଶ୍ଵର ରାଓ ସରପଞ୍ଚ ପଦବୀରେ , କେ:ସୀତାପୁର ସମିତିସଭ୍ୟା ଭାବେ ଶ୍ରୀମତୀ ବାଲା ସାୟମ୍ମା ନିର୍ବାଚିତ ହୋଇ ପୁଣି ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ , କେ: ସୀତାପୁର ଗ୍ରାମର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଲକ୍ଷ୍ମୀ ଆଗୁପାତ୍ର ଏବଂ କାଶୀନଗର ଜୋନ-୨ର ଜିଲ୍ଲା ପରିଷଦ ସଭ୍ୟ ପଦବୀ ଆସନରେ ବିଜୟୀ ହୋଇଥିବା ଏବଂ ପରେ ନିର୍ଦ୍ବନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିବା ଶ୍ରୀ ଗା୍ଵାରା ତିରୁପତି ରାଓ\’ଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ ।
ଏମାନେ ସମସ୍ତେ ବିଜେଡି ଦଳୀୟ ସମର୍ଥନରେ ବିଭିନ୍ନ ପଦ-ପଦବୀରେ ପ୍ରତିଦ୍ବନ୍ଦିତା କରି ବିପୁଳ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଥିବା ଯୋଗୁଁ ବିଜେଡି ସୁପ୍ରିମୋ ତଥାପି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ସମେତ ଗଜପତି ଜିଲ୍ଲା ଦାୟିତ୍ୱରେ ଥିବା ପ୍ରଭାରୀ ଶ୍ରୀ ଅତନୁ ସଭ୍ୟସାଚୀ ନାୟକ , ରାଜ୍ୟ ସଂଗଠକ ଶ୍ରୀ ପ୍ରଣବ ପ୍ରକାଶ ଦାସ , ଜିଲ୍ଲା ବିଜେଡିର ବରିଷ୍ଠ ନେତା ଡ: ତିରୁପତି ପାଣିଗ୍ରାହୀ ଏବଂ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ ପ୍ରମୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିଭଳି ଉପରୋକ୍ତ ସମସ୍ତ ବିଜୟୀ ପ୍ରାର୍ଥୀ ମାନେ କେ: ସୀତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର , କେ ସୀତାପୁର , ଦେବଦଳା , ବିସିରିଙ୍ଗି ପ୍ରଭୃତି ଗ୍ରାମର ବରିଷ୍ଠ ବିଜେଡି ନେତାଙ୍କ ଶ୍ରୀ ସୁମନ୍ତ ଚିନ୍ତାଡା , ଶ୍ରୀ କାନ୍ତାରାଓ ଲିମା , ଶ୍ରୀ ତ୍ରିନାଥ ମିଶାଲ , ଶ୍ରୀ ପ୍ରଭାକାର ଚରତୀ , ଶ୍ରୀ ରାଧାକାନ୍ତ ଆଗୁପାତ୍ର , ଶ୍ରୀ ତିରୁପତି ରାଓ, କ୍ରିଷ୍ନାବାବୁ , ଶ୍ରୀ କମାଲ ଲୋଚନ ରାଜୁ ପାଳକା , ଧର୍ମା ଲିମା ଏବଂ ରାଜେଶ ବାବୁ ପ୍ରମୁଖଙ୍କ ଅକୁଣ୍ଠ ସହଯୋଗ ଓ ସାହାଯ୍ୟ ପାଇ ସେମାନେ ନିର୍ବାଚନରେ ବିଜୟୀ ହୋଇ ବିଭିନ୍ନ ମର‌୍ୟ୍ୟାଦା ସମ୍ପନ୍ନ ପଦ ପଦବୀ ଆସନ ଅଳଙ୍କୃତ କରିଥିବା ଯୋଗୁଁ ସେମାନେ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Related Posts

Seo wordpress plugin by www.seowizard.org.