Odisha News

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍ ବସ୍,୩୦ରୁ ଅଧିକ ଆହତ ଓ ୮ ଗୁରୁତର

ବ୍ରହ୍ମପୁର,୩୧/୧୨: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇପଡିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି ।
ଖବରରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲାର ଦଶରଥପୁର ପଟନନା ଗାଁରୁ ପର୍ଯ୍ୟଟକ ଆସିଥିଲେ ।
ପର୍ଯ୍ୟଟକମାନେ ଜିରାଙ୍ଗ ଓ ଖସଡା ଜଳପ୍ରପାତ ବୁଲିବାକୁ ଆସିଥିବାବେଳେ ଆଜି ସେମାନେ ଫେରୁଥିଲେ । ତେବେ ତପ୍ତପାଣି ଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Posts

Seo wordpress plugin by www.seowizard.org.