Odisha News

ଢେଙ୍କାନାଳରେ ପୁଣି ଏକ ହାତୀର ମୃତ୍ୟୁ: ବିଷାକ୍ତ ଖାଦ୍ୟ ଖାଇ ପ୍ରାଣହାନି ହୋଇଥିବା ସନ୍ଦେହ

ଢେଙ୍କାନାଳ,୧୨/୩ : ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଓସ୍ତପାଳ ଗାଁ ନିକଟରେ ରବିବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀକୁ ପ୍ରାୟ ୨୦ ବର୍ଷ ହୋଇଥିଲା।
ଆଜି ସକାଳେ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ ବନବିଭାଗକୁ ଖବର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରିଛି।
ଖାଦ୍ୟ ବିଷକ୍ରିୟା ଯୋଗୁ ଦନ୍ତାହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ହାତୀର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

Related Posts

Seo wordpress plugin by www.seowizard.org.