Odisha News

ଡକ୍ଟର ବିଜୟ ଚୌଧୁରୀ ଙ୍କ ଭଜନ ଭିଡିଓ ଉନ୍ମୋଚିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୭/୭: ପବିତ୍ର ହେରାପଞ୍ଚମୀ ଅବସରରେ ନୟାଗଡ଼ ର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଶ୍ରୀ ସୃଜନ ପକ୍ଷରୁ ଘିଡିଘିଡି ଗଡ଼େ ରଥ ସଙ୍ଗୀତ ଭିଡିଓ ଲୋକାର୍ପିତ ହୋଇଛି। ଗୁଣ୍ଡିଚା ମନ୍ଦିର ନିକଟ ନନ୍ଦିଘୋଷ ରଥ ସମ୍ମୁଖରେ ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର ଙ୍କ କର କମଳରେ ସଙ୍ଗୀତ ଭିଡିଓ ଉଦଘାଟିତ ହୋଇଯାଇଛି।
ଘିଡିଘିଡି ଗଡ଼େ ରଥ ସଙ୍ଗୀତ ଭିଡିଓ କୁ ଗୀତିକାର ତଥା ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ରଚନା କରିଥିବା ବେଳେ ସଙ୍ଗୀତ ଏବଂ କଣ୍ଠଦାନ ଦେଇଛନ୍ତି ଶ୍ରୀ ସୃଜନ ର ସମ୍ପାଦିକା ଅଧ୍ୟାପିକା ଜୟଶ୍ରୀ ଦେବୀ।
ସଙ୍ଗୀତ ଭିଡିଓ ର ଲୋକାର୍ପିତ ହେବା ସମୟରେ ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।ଏହି ସଙ୍ଗୀତ ଶୁଣି ଭକ୍ତ ମାନେ ଭାବ ବିଭୋର ହୋଇପଡ଼ିଥିବା ବେଳେ ଗୀତିକାର ଏବଂ ସଂଗୀତକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.