Top Stories

ଡଃ ଶୁଭଶ୍ରୀ ପଟ୍ଟନାୟକଙ୍କ ନୃତ୍ୟଧାମ ଅନୁଷ୍ଠାନର ଚତୁର୍ଥ ଗୁରୁନମନ ଉତ୍ସବ ଅନୁଷ୍ଠିତ


ଭୁବନେଶ୍ୱର, ତା ୨୧/୭/ ନୃତ୍ୟଧାମ ଚତୁର୍ଥ ଗୁରୁନମନ ଉତ୍ସବ ଜୁନ୍ ୨୫ ତାରିଖରୁ ଜୁନ୍ ୩୦ ତାରିଖ ୨୦୨୦ ପର୍ଯ୍ୟନ୍ତ ଉତ୍ସବ ପାଳନ ହୋଇ ଯାଇଛି । ଚଳିତ ବର୍ଷ ବିଶ୍ୱରେ ମହାମରୀ କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌-୧୯ ନିୟମକୁ ସସମ୍ମାନ ଜଣାଇ ଚଳିତ ବର୍ଷ ଚତୁର୍ଥ ଗୁରୁନମନ ଉତ୍ସବ ୨୦୨୦ ଜୁନ୍ ୨୫ ତାରିଖ ଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ନ୍ୟତ୍ୟଧାମ ସୋସିଆଲ ମିଡିଆ ପ୍ଳାଟଫର୍ମ ଫେସବୁକ୍ ଲାଇଫ୍ ପେଜ୍‌ରେ ସନ୍ଧ୍ୟା ୬ଟା ସମୟରେ ଆରମ୍ଭ ହୋଇଥିଲା ।
ନୃତ୍ୟଧାମର ସମ୍ପାଦକ ଡଃ ଶୁଭଶ୍ରୀ ପଟ୍ଟନାୟକ ତତ୍ୱବଧାନରେ ଏହି ଉତ୍ସବ ପାଳନ ହୋଇଥିଲା ଜୁନ୍ ୨୫ ତାରିଖରେ ଡଃ ଶୁଭଶ୍ରୀ ପଟ୍ଟନାୟକ ଓଡିଶୀ ନୃତ୍ୟ ଅଷ୍ଟନାୟିକା ପରିବେଷଣ କରିଥିଲେ । କବି ବନମାଳୀ ଦାସ ଓ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ରଚିତ ଗୀତ ଗୁଡିକ ସମ୍ମିଶ୍ରଣରେ ପରିବେଷଣ କରିଥିଲେ ଅଷ୍ଟନାୟିକା । ଏହି ନୃତ୍ୟରେ ରାଧାନିଜକୁ ସୁସଜ୍ଜିତ କରି ଶ୍ରୀକୃଷ୍ଣକୁ ଅପେକ୍ଷା କରିଛନ୍ତି ଆସିବେ ବୋଲି କିନ୍ତୁ ନ ଆସିବାରୁ ବିରହରେ କାଳ କାଟୁଛନ୍ତି ଏଥିରେ ବାସକସଜ୍ଜା ଓ ବିରହଉତ୍କଣ୍ଠିତା ନାୟିକା ଜଣାଯାଇଛି । ଡଃ ଶୁଭଶ୍ରୀ ପଟ୍ଟନାୟକ ଅଷ୍ଟନାୟିକାର ତିନୋଟି ନାୟିକା ଯଥା ଅଭିସାରିକା, ବାସକସଜ୍ଜା ଏବଂ ବିରହଉତ୍କଣ୍ଠିତା ନାୟିକା ପରିବେଷଣ କରିଥିଲେ ।
ଏଥିରେ ନୃତ୍ୟ ନିର୍ଦ୍ଦେଶନା –ଗୁରୁ ଡଃ ଦେବ ପ୍ରସାଦ ଦାସ
ନୃତ୍ୟ ସଂଯୋଜନା କରିଥିଲେ – ଗୁରୁ ଦୁର୍ଗା ଚରଣ ରଣବୀର
ରାଗ – ରାଗମାଳିକା ଓ ତାଳ- ତଳମାଳିକା ଆଧାରିତ ।

ତାପରେ ଜାମସେଦ୍ ପୁରର ତରିତ ସରକାର କଥକ ନୃତ୍ୟ କରିଥିଲେ ଜୁନ୍ ୨୬ ତାରିଖରେ କଲିକତାର ଅତନୁ ଦାସ ଭରତନାଟ୍ୟମ୍ ନୃତ୍ୟ, ଦିଲ୍ଲୀର ହର୍ଷିତା ମହାପାତ୍ର ଓଡିଶୀନୃତ୍ୟ ଏବଂ କଲିକତାର ରୋହିନୀ ଚାଟାଜୀ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ ।
ଜୁନ୍ ୨୭ ତାରିଖରେ ନୃତ୍ୟାୟାନ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଶ୍ରୀମତୀ ଗାୟତ୍ରୀ ରଣବୀର ଓ ମନୋଜ କୁମାର ପ୍ରଧାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ମଙ୍ଗଳା ଚରଣରେ କାଳୀ ସ୍ମୃତି ଏବଂ ଅଭିନୟ ପରିବେଷଣ କରିଥିଲେ ।

ଜୁନ୍ ୨୮ ତାରିଖରେ ଶ୍ରୀକାକୁଲମର ରାମା କୌଡିନିୟା କୁଚିପୁଡି ନୃତ୍ୟ ଓ ଆନ୍ନାନେହା ଥୋମାସ୍ ଭରତନାଟ୍ୟମ୍ ନୃତ୍ୟ ପରିବେଷଣ କରିଥିଲେ ଏବଂ ସମୃଧା ଦାସ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । 

ଜୁନ୍ ୨୯ ତାରିଖରେ ଦୁର୍ଗାପୁରର ଡାଲିୟା କର୍ମାକର ମଣିପୁରୀ ନୃତ୍ୟ ଭୁବନେଶ୍ୱରର ଓମସିକା ଆଚାର୍ଯ୍ୟ ଓଡିଶୀ ନୃତ୍ୟ ଓ କେରଳର ରାଧିକାଶ୍ରୀ କଥକ ନୃତ୍ୟ ପରିବେଷଣ କରିଥିଲେ ।

ଜୁନ୍ ୩୦ ତାରିଖରେ ଭୁବନେଶ୍ୱରର ଡଃ ଶୁଭଶ୍ରୀ ପଟ୍ଟନାୟକ କୁଚିପୁଡି ନୃତ୍ୟରେ ମାରାକଥା ଏବଂ ଭମା କଲାପମ୍ ନୃତ୍ୟ ପରିବେଷଣ କରିଥିଲେ । ଜାମସେଦ୍‌ପୁରର ଶ୍ରୀୟା କାଂଚନ କଥକ ନୃତ୍ୟ ଏବଂ ଦିଲ୍ଲୀର ସତ୍‌ଭିକା ଶ୍ରୀୟାଦର୍ଶନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଅନ ଲାଇନ୍ ନୃତ୍ୟ ପରିବେଷଣ ଦ୍ୱାରା ଦେଶ ବିଦେଶର କଳାକାର ତଥା କଳାପ୍ରେମୀ ଉପଭୋଗ କରିଥିଲେ । ପୂର୍ବରୁ କାର୍ଯ୍ୟକ୍ରମ ଗୁଡିକ ମଂଚଭିତରେ ସୀମିତ ରହୁଥିଲା ଅନ୍ ଲାଇନ୍ ଦ୍ୱାରା ହଜାର ହଜାର ଦର୍ଶକ ଏବଂ ବିଚାରକ ଏହି ଶାସ୍ତ୍ରୀୟ ନୃତ୍ୟଗୁଡିକୁ ଦେଖିପାରୁଛନ୍ତି ।

Related Posts

Seo wordpress plugin by www.seowizard.org.