Odisha News

ଟ୍ରେନ୍ ଲାଇନରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ, ପୋଲିସ ଖୋଜୁଛି କାରଣ

ସଇଁତଲା,୧୮/୧୨: ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳ ଷ୍ଟେସନ ନିକଟରେ ରେଳ ଲାଇନ ମଝିରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।
ସଇଁତଲା ରେଳ ଷ୍ଟେସନ ଠାରୁ ଶହେ ମିଟର ଦୂର ସିଲେଟ ପଡ଼ା ଗ୍ରାମ ନିକଟ ରେଳ ଲାଇନ ମଧ୍ୟରେ ମୁଣ୍ଡ କଟି ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି।
ବିଳମ୍ବିତ ରାତ୍ରିରେ କୌଣସି ଟ୍ରେନରେ କଟି ମୃତ୍ୟୁବରଣ କରିଥିବା କୁହାଯାଉଛି। ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଅଛି। ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ରେଳବାଇ ପୁଲିସର ତଦନ୍ତ ପରେ ତାହା ସ୍ପଷ୍ଟ ହେବ।

Related Posts

Seo wordpress plugin by www.seowizard.org.