Odisha News

ଟ୍ରେନରୁ ବାହାରିଲା ଧୂଆଁ: ଛାନିଆ ହୋଇ ଓହ୍ଲାଇପଡ଼ିଲେ ଯାତ୍ରୀ

ବ୍ରହ୍ମପୁର ,୧୧/୭ : ଚଳନ୍ତା ଟ୍ରେନରୁ ବାହାରିଲା ଧୂଆଁ। ଧୂଆଁ ଦେଖି ଶତାଧିକ ଯାତ୍ରୀ ଛାନିଆଁ ହୋଇ ଏକ ସଙ୍ଗେ ବଗିମାନଙ୍କରେ ଥିବା ଚେନ୍କୁ ପୁଲିଂ କରିଥିଲେ। ଫଳରେ ତୁରନ୍ତ ଟ୍ରେନ୍ ଅଟକିଥିଲା। ଟ୍ରେନ୍ ଅଟକିବା ପରେ ସମସ୍ତେ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ ଦିବ୍ରୁଗଡ଼ରୁ କନ୍ୟାକୁମାରୀ(ବିବେକ ଏକ୍ସପ୍ରେସ) ଯାଉଥିଲା।
ଟ୍ରେନ୍ ଅଟକିବା ପରେ ଯାଞ୍ଚ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ, ଟ୍ରେନ୍ର ଚକା ଜାମ୍ ହେବାରୁ ଧୂଆଁ ବହାରିଥିଲା।
ତେବେ ଯାତ୍ରୀଙ୍କ କହିବା କଥା ଏହି ଏକ୍ସପ୍ରେସର ସାଧାରଣ ବଗିରୁ ଧୂଆଁ ବାହାରିଥିଲା। ପ୍ରାୟ ୩୦ ମିନିଟ ଧରି ଟ୍ରେନ୍ ଅଟକିବା ସହ ଚକା ଜାମ ମରାମତି ହୋଇଥିଲା। ମରାମତି ସରିବା ପରେ ଟ୍ରେନ ପୁଣି ଗନ୍ତବ୍ୟ ସ୍ଥଳ ଉପଲକ୍ଷେ ଛାଡିଥିଲା।

Related Posts

Seo wordpress plugin by www.seowizard.org.