ଟ୍ରାନ୍ସଫର୍ମରରେ ଚଢ଼ିଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ, ଯୁବକଙ୍କ ମୃତ୍ୟୁ

ତେଲକୋଇ ୨୩/୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁର ବୁଲୁ ମୁଣ୍ଡା । ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଫ୍ୟୁଜ ବାନ୍ଧିବା ବେଳେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ ଯେ, ବୁଲୁ ମୁଣ୍ଡା ଗାଈ ଚରାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ କିଛି ଯୁବକଙ୍କ ସ ଟ୍ରାନ୍ସଫର୍ମରରେ ଉଡିଯାଇଥିବା ଫ୍ୟୁଜ ବାନ୍ଧିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଚଢିଥିଲେ ।
ତେବେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେ ତଳକୁ ଖସିପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାଦେଖି ସାଙ୍ଗରେ ଯାଇଥିବା ଯୁବକମାନେ ତାଙ୍କୁ ଛାଡି ପଳାଇଥିଲେ ।
ଏତେ ସମୟ ଧରି ବୁଲୁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ବିଦ୍ୟୁତ ଟ୍ରାନ୍ସଫର୍ମର ତଳେ ବୁଲୁ ପଡିଥିବା ଦେଖି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।