Odisha News

ଟୁଇଟରେ ୨ ନେତ୍ରୀ ମୁହାଁମୁହିଁ

ଭୁବନେଶ୍ୱର, ୧୦/୩ : ଦୁଇ ନେତ୍ରୀଙ୍କ ଟ୍ୱିଟ୍ ୱାର। ସୋଶାଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା ଓ ବିଜେପି ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା। ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ ବର୍ଷା ବିଜେପିକୁ ଟାର୍ଗେଟ କରିଥିବା ବେଳେ ବିଜେଡିର ଅପରାଧିକ ସାମ୍ରାଜ୍ୟର ଲମ୍ୱା ତାଲିକା ଦେଇ ଘାଇଲା କରିଛନ୍ତି ଅର୍ପିତା। ଦୁଇ ଯୁବ ନେତ୍ରୀଙ୍କ ଏପରି ବାକ୍ୟଯୁଦ୍ଧକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି।
ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତି ଗଲାଣି। ଏହି ମାମଲାରେ ଆଜି ପଦ୍ମପୁର ବିଧାୟକ ବର୍ଷା ସିଂ ବରିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ଅୟକ୍ଟ୍ରକ୍ସବୟଷବଦ୍ଭଭହକ୍ଟ୍ର ବାବୁ, ଗତ କିଛି ଦିନ ହେଲା ଆପଣଙ୍କ ଦଳର କେତେକ ନେତା ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଆମ ହିନ୍ଦୁ ପରମ୍ପରା ଓ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ।
ବର୍ଷା ଆହୁରି ଲେଖିଛନ୍ତି, ଯେତେବେଳେ ମୋ’ ବାପାଙ୍କର ଦେହାନ୍ତ ହୋଇଥିଲା, ସେତେବେଳେ ରାଜ୍ୟ ବିଜେପିର କିଛି ନେତା ଏପରି କରିଥିଲେ। ସେହି ସମୟରେ ମୁଁ ଆପଣଙ୍କୁ ମଧ୍ୟ ଅନୁରୋଧ କରିଥିଲି, ଦୟାକରି ମୋତେ ଏପରି ଆକ୍ଷେପ କରିବାକୁ ଆପଣଙ୍କ ଦଳର ଏହି ନେତାମାନଙ୍କୁ ବାରଣ କରନ୍ତୁ। ତଥାପି ଆପଣ କିଛି କଲେନି। ବୋଧେ ଜାଣିଶୁଣି ନିରବ ରହିଲେ। ଏହା ମୋତେ ଖୁବ ଦୁଃଖ ଦେଇଥିଲା।
ଏବେ ସମାନ ଢଙ୍ଗରେ ସ୍ୱର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର ପାଇଁ ଯେଉଁ ଉଦ୍ୟମ ହେଉଛି। ତାହା ତାଙ୍କ ଝିଅ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କେତେ ମାନସିକ ଯନ୍ତ୍ରଣା ହେଉଥିବ? ତେଣୁ ଆପଣଙ୍କୁ ମୋର ଅନୁରୋଧ, ଅନ୍ତତଃ ପକ୍ଷେ ନିରବ ରୁହନ୍ତୁ ନାହିଁ କି ଏହାକୁ ପରୋକ୍ଷ ଭାବେ ସମର୍ଥନ କରନ୍ତୁ ନାହିଁ। ଦୟାକରି ଆପଣଙ୍କ ଦଳର ନେତାମାନଙ୍କୁ କୁହନ୍ତୁ, ମୃତ ବ୍ୟକ୍ତିଙ୍କ ସଂପର୍କରେ ଏପରି ହୀନ ମନ୍ତବ୍ୟ ଦେବାରୁ ନିଜକୁ କ୍ଷାନ୍ତ ରଖନ୍ତୁ ବୋଲି ବର୍ଷା ଲେଖିଛନ୍ତି।
ବର୍ଷାଙ୍କୁ ଟ୍ୱିଟ୍ରେ ଜବାବ ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚାର ଜାତୀୟ ଉପସଭାପତି ଅର୍ପିତା ଅପରାଜିତ ବଡ଼ଜେନା। ସେ ଟ୍ୱିଟ୍ରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଅଈବକ୍ସଗ୍ଦଷବପଭବକ୍ସସଷବ ଅପା, ଆପଣ ଆମ ନେତାଙ୍କ ଉଦ୍ଦେଶ୍ୟରେ ଯେଉଁ କଥା କହିଛନ୍ତି, ସେ କଥା ହେଉଛି ନିରାଧାର।
ଆମ ଦଳର କେବେ ସଂସ୍କାର ନୁହେଁ କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା। ଆପଣ ଏହି ଟୁଇଟ କରିବା ପୂର୍ବରୁ ଯିଏ ଏହି ଟୁଇଟ ତିଆରି କରି ଆପଣଙ୍କୁ ଦେଇଛନ୍ତି, ତାଙ୍କୁ ଥରେ ପଚାରିବାର ଥିଲା। ଓଡ଼ିଶାରେ ମହିଳା, ଗର୍ଭବତୀ ମହିଳା, ବାଳିକା, ନବଜାତ ଶିଶୁଙ୍କ ଅବସ୍ଥା ଆଜି କ’ଣ ଅଛି? ଆପଣଙ୍କ ନିର୍ବାଚନମଣ୍ଡଳୀ

Related Posts

Seo wordpress plugin by www.seowizard.org.