Odisha News

ଟିପିଏନଓଡିଏଲସିଇଓଙ୍କୁ ‘ସିଇଓ ଅଫ ଦି ଇୟର’ ସମ୍ମାନ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୨୨/୨ : ଟିପି ନର୍ଦନ ଓଡ଼ିଶାଡିଷ୍ଟ୍ରିବ୍ୟୁସନ୍‌ଲିମିଟେଡ୍ (ଟିପିଏନଓଡିଏଲ)ର ସିଇଓ ଦ୍ୱିଜଦାସ ବସାକଙ୍କୁ ସମ୍ମାନଜନକ ବିଜନେସ୍‌ଲିଡର୍ ଅଫ୍ ଦି ଇୟର ଆୱାର୍ଡସସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ପୁରସ୍କାର ପ୍ରଦାନ କରାଯାଇଛି ।ମୁମ୍ବାଇରେ ଅନୁଷ୍ଠିତକାର୍ଯ୍ୟକ୍ରମର ୨୩ତମ ବିଶ୍ୱସଂସ୍କରଣରେଏହି ପୁରସ୍କାର ପ୍ରଦାନ କରାଯାଇଛି ଯାହାନେତୃତ୍ୱଏବଂବ୍ୟବସାୟିକ ନବସୃଜନରେଉତ୍କର୍ଷତାକୁଦର୍ଶାଉଛି ।
ଟିପିଏନଓଡିଏଲକୁପରିଚାଳନାଗତଉତ୍କର୍ଷତାଏବଂଗ୍ରାହକ-କେନ୍ଦ୍ରୀକସମାଧାନ ଦିଗରେ ଆଗେଇନେବାରେ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ନିରନ୍ତର ପ୍ରୟାସ ପାଇଁଶ୍ରୀବସାକଙ୍କୁ ସମ୍ମାନିତ କରାଯାଇଥିଲା ।
ତାଙ୍କମାର୍ଗଦର୍ଶନରେଟିପିଏନଓଡିଏଲଶକ୍ତିବଂଟନ, ବୈଷୟିକଉନ୍ନତିଏବଂସ୍ଥାୟୀଶକ୍ତି ଅଭ୍ୟାସକ୍ଷେତ୍ରରେଗୁରୁତ୍ୱପୂର୍ଣ୍ଣମାଇଲଖୁଂଟହାସଲକରିଛି । ପୁରସ୍କାରଗ୍ରହଣକରିବା ପରେଶ୍ରୀବସାକକୃତଜ୍ଞତାଜ୍ଞାପନ କରିବାସହସମଗ୍ରଟିପିଏନଓଡିଏଲଟିମକୁଏହିସଫଳତାକୁସମର୍ପିତକରିଥିଲେ । ନିଜ ଅଭିଭାଷଣରେସେକହିଛନ୍ତି ଯେ, ‘ଏହି ପୁରସ୍କାରକେବଳ ଏକ ବ୍ୟକ୍ତିଗତ ଉପଲବ୍ଧି ନୁହେଁବରଂଟିପିଏନଓଡିଏଲରେମୋରସମଗ୍ରଟିମରସାମୂହିକ ପ୍ରୟାସରସ୍ୱୀକୃତି ।ସେମାନଙ୍କରକଠିନ ପରିଶ୍ରମ, ନିଷ୍ଠାଏବଂଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ଆମରସଫଳତାରେସହାୟକହୋଇଛି । ଏଭଳି ପ୍ରତିଭାସମ୍ପନ୍ନ ଏବଂଉତ୍ସାହୀଗୋଷ୍ଠୀରନେତୃତ୍ୱନେଇମୁଁ ପ୍ରକୃତରେଗର୍ବିତ ।’’
ବିଜନେସଲିଡର ଅଫ୍ ଦି ଇୟର ଆୱାର୍ଡହେଉଛି ଏକ ବିଶ୍ୱସ୍ତରୀୟସ୍ୱୀକୃତିପ୍ରାପ୍ତ ପ୍ଲାଟଫର୍ମ ଯାହାବିଭିନ୍ନଶିଳ୍ପରେଉତ୍କୃଷ୍ଟନେତୃତ୍ୱଙ୍କୁ ସମ୍ମାନିତ କରୁଛି ।ଏହିକାର୍ଯ୍ୟକ୍ରମରେବରିଷ୍ଠ ଅଧିକାରୀ, ଉଦ୍ୟୋଗୀଏବଂଶିଳ୍ପକ୍ଷେତ୍ରର ଅଗ୍ରଣୀମାନଙ୍କୁଏକାତ୍ରୀତକରାଯାଇବ୍ୟବସାୟରଉତ୍କର୍ଷତାଏବଂ ଅଭିନବତାକୁ ପାଳନ କରାଯାଇଥିଲା ।

Related Posts