Odisha News

ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର ୨୫/୬ : ଜୁଲାଇ ବାହାରିବ ମାଟ୍ରିକ ରେଜଲ୍ଟ । ଜୁଲାଇ ପ୍ରଥମ ସପ୍ତାହରେ ବାହାରିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ।
ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ ହୋଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥିଲା ମାଟ୍ରିକ୍ ପରୀକ୍ଷା । ମେ ୧୦ ତାରିଖ ଯାଏଁ ଚାଲିଥିଲା ପରୀକ୍ଷା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି ।
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା ।
ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

Related Posts

Seo wordpress plugin by www.seowizard.org.