Odisha News

ଜୁନ୍ ୩,୪,ଓ ୫ ମଧ୍ୟରେ ହେବ ଗନ୍ଧରାଡୀ ମହୋତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୫: ବୌଦ୍ଧ ଜିଲ୍ଲା ଗନ୍ଧରକ୍ଷଡୀ ମନ୍ଦିର ପରିସରରେ ଆସନ୍ତା ଜୁନ ୩,୪ଓ ୫ ତାରିଖ ମଧ୍ୟରେ ଗନ୍ଧରକ୍ଷଡୀ ମହୋତ୍ସବ ଅନୁଷ୍ଠିତ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀ ସଭାପତି ଅଶୋକ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଛି କ୍ଷ
ଗନ୍ଧରକ୍ଷଡୀ ମହୋତ୍ସବର ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇହୋଇ ମହୋତ୍ସବ କିପରି ସରସ ସୁନ୍ଦର ହୋଇ ପାରିବ ସେ ଉପରେ ଆଲୋଚନା କରିଥିଲେ କ୍ଷ
ପ୍ରଥମେ ସମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ କ୍ଷ ଏହାପରେ ଅର୍ଥ କମିଟିର ଆବାହକ ବିଦ୍ୟାଧର ସ୍ୱାଇଁ, ସଂକୃତିକ କମିଟିର ଆବାହକ ସ୍ୱାଧୀନ ପରିଡା, ଶୋଭାଯାତ୍ର କମିଟିର ଅଧ୍ୟକ୍ଷ କୃତିବାସ ପଲିଆ, ଗଣମାଧ୍ୟମ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ଦେବାଶିଷ ପୁରୋହିତ, ସ୍ମରଣିକା କମିଟି ଓ ଆଲୋଚନା ଚକ୍ର କମିଟି ଅଧ୍ୟକ୍ଷ ବାସୁଦେବ ପାତ୍ର, ମଞ୍ଚ ପରିଚାଳନା ଓ ସଂଚାଳନ କମିଟି ଅଧ୍ୟକ୍ଷ ପ୍ରବୀର କୁମାର ଦାସ,ନିଜ ନିଜ କାର‌୍ୟ୍ୟକାରୀ କାର‌୍ୟ୍ୟକ୍ରମ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ କ୍ଷ ସଂକ୍ଷସଦ ପ୍ରତିନିଧି ତାରାଣୀସେନ ମହାପାତ୍ର, ପ୍ରାକ୍ତନ ଅଧ୍ୟକ୍ଷପକ ଉଗ୍ରେସନ ନାୟକ, ଚେତାରାମ ପଟ୍ଟନାୟକ ଏହି କାର‌୍ୟ୍ୟକ୍ରମ ଆହୁରି ସୁନ୍ଦର କରିବା ପାଇଁ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ କ୍ଷ ଶେଷରେ ଉପ ସଭାପତି ମୋନରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ

Related Posts

Seo wordpress plugin by www.seowizard.org.