Odisha News

ଶ୍ରୀମଦ୍ ଭଗବତ୍‌ଗୀତା ସାରବାଣୀ: ଜୀବାତ୍ମା ମୃତ୍ୟୁ ପୂର୍ବରୁ ଓ ପରେ ସର୍ବଦା ଅଶରୀରୀ ଓ ନିରାକାର

Soul had no death, – it’s immortal

ସେପ୍ଟେମ୍ବର ୧୭/୨୦୨୨: ବେଦର ତତ୍ତ୍ୱଜ୍ଞାନ ହେଉଛି ଉପନିଷଦ ଏବଂ ଉପନିଷଦର ସାର ହେଉଛି ଗୀତା । କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯେଉଁ ତତ୍ତ୍ୱଜ୍ଞାନ ପ୍ରଦାନ କରିଥିଲେ, ତାହା ଗୀତା ନାମରେ ପ୍ରସିଦ୍ଧ । ଗୀତାରେ ଜୀବନର ପ୍ରତିଟି ସମସ୍ୟା ଏବଂ ଏହାର ସାମାଧାନ ସମ୍ପର୍କରେ ଆଲୋଚନା କରାଯାଇଛି ।
ଆସନ୍ତୁ, ଆଜି ଏହି ଜ୍ଞାନ ମଧ୍ୟରୁ ଗୋଟିଏ ଜାଣିବା ।
କେଉଁ ପ୍ରାଣୀ ବା ଜୀବ କେବେ ମରିଥାଏ ନା କେହି କେବେ ତାକୁ ମାରି ପାରିଥାଏ । ସବୁ ପ୍ରାଣୀ ଜନ୍ମ ପୂର୍ବରୁ ବିନା ଶରୀରେ ଥିଲେ ଏବଂ ମୃତ୍ୟୁ ପରେ ମଧ୍ୟ ବିନା ଶରୀରରେ ରହିବେ । ମଝିରେ କେବଳ ଶରୀର ରୂପକ ଘଟ ଭିତରେ ଏହା ପ୍ରକଟିତ ହୋଇଥାନ୍ତି ।
ଆତ୍ମା ସର୍ବଦା ଅମର । ଏହାକୁ କୌଣସି ଅସ୍ତ୍ର କେବେ କାଟି ପାରିବ ନାହିଁ କିମ୍ବା ଅନଳ ବା ନିଆଁ କେବେ ବି ଜାଳିପାରିବ ନାହିଁ । ନା ଏହାକୁ ପାଣି ଭିଜାଇ ପାରିବ ନା ପବନ ଏହାକୁ ଉଡାଇ ନେଇପାରିବ ।

Related Posts

Seo wordpress plugin by www.seowizard.org.