Odisha News

ଜୀବନ ନେଲା ମୁକୁଳା ଡ୍ରେନ୍, ନାଳରେ ପଡ଼ି ଯୁବକ ମୃତ

କଟକ, ୪/୪: କଟକ ନୂଆ ବଜାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ମୁକୁଳା ଡ୍ରେନ୍ରେ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସିଆରଆରଆଇ ଥାନା ନୂଆ ବଜାର ଅଞ୍ଚଳର ମହିମା ନଗର ମଙ୍ଗଳା ମନ୍ଦିରଠାରେ ଏହି ଅଘଟଣ ଘଟିଛି। ସକାଳେ ସ୍ଥାନୀୟ ଲୋକେ ଡ୍ରେନ୍ରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରେନ୍ରୁ ମୃତଦେହ ଉଦ୍ଧାର କରିଥିଲା। ମୃତ ଯୁବକ ଯାଜପୁରର ବୋଲି କୁହାଯାଉଛି। ସେ କଟକରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ସମ୍ଭବତଃ ସେ ରାତ୍ରିରେ ବାଟ ନ ଦେଖିପାରି ମୁକୁଳା ଡ୍ରେନ୍ରେ ପଡ଼ିଯାଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସ୍ଥାନୀୟ ଲୋକଙ୍କ ଅନୁସାରେ ଠିକାଦାର ମାସେରୁ ଅଧିକ ସମୟ ଧରି ଡ୍ରେନ୍ର ସ୍ଲାବ୍ ଉଠାଇ ନେଇ ଯାଇଥିଲେ। ଏହାକୁ ଘୋଡ଼ାଇବା ପାଇଁ ଲୋକେ ଦାବି କରିବାରୁ ଠିକାଦାର କହିଥିଲେ ଯେ, ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି କାର‌୍ୟ୍ୟ କରିବା ସମ୍ଭବ ହୋଇ ପାରୁନାହିଁ।
ପୋତାପୋଖରୀ, ନୂଆ ବଜାର ସମେତ ଅନ୍ୟ ଅଞ୍ଚଳକୁ ଏହି ରାସ୍ତା ସଂଯୋଗ କରୁଥିବାବେଳେ ପ୍ରଶାସନ ଏନେଇ ଉଦାସୀନ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି।

Related Posts

Seo wordpress plugin by www.seowizard.org.