Odisha News

ଜିଲ୍ଳାପାଳ ଙ୍କ ବୁଣାକାର ଗ୍ରାମ ପରିଦର୍ଶନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୧୧ : ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବୁଣାକାରଙ୍କ ଉନ୍ନତି କଳ୍ପେ ବୁଣାକାର ତନ୍ତଶାଳା ନିର୍ମାଣ, ତନ୍ତ ଓ ତନ୍ତ ସରଞ୍ଜାମ, ଇନଭେଟର,ଯାକର୍ଡ, ବୁଣା ସରଞ୍ଜାମ, ବୁଣା, ରଙ୍ଗ ତାଲିମ ଆଦି ବିଭିନ୍ନ ଯୋଜନା ମନ ପ୍ରଣୟନ କରୁଛନ୍ତି ।
ଏହି ଯୋଜନାରେ ବୁଣାକାର ଙ୍କୁ ସୁଫଳ ମିଳୁଛି କି ନାହିଁ ତାହା ଜାଣିବା ପାଇଁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୁଣାକାର ଗ୍ରାମ କୁ ପରିଦର୍ଶନ କରିଥିଲେ ।
ପ୍ରଥମେ ବୁଣାକାର ବହୁଳ ଗ୍ରାମ ନାରାୟଣ ନଗର କୁ ପରିଦର୍ଶନରେ ଯାଇଥିଲେ ସେଠାରେ ବୁଣାକାର ମାନେ କିପରି ବୁଣାବୁନି କାର୍ଯ୍ୟ କରୁଛନ୍ତି ତାହା ଘରକୁ ଘର ବୁଲି ପଚାରି ବୁଝି ଥିଲେ । ଏହାପରେ ବହିରା ପଞ୍ଚାୟତ ଅନ୍ତର୍ଗତ ମନାକମାନ ଗ୍ରାମରେ ଅନୁଷ୍ଠିତ ହେଉଥିବା ମହିଳା ରଙ୍ଗ ତାଲିମ କେନ୍ଦ୍ରର ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଜିଲ୍ଲାପାଳ ମହୋଦୟ ପହଞ୍ଚିବା ପରେ ଗ୍ରାମ ବାସୀ ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇ ଥିଲା । ବୁଣା କାର‌୍ୟ୍ୟରେ ରଙ୍ଗର ଗୁଣବତ୍ତା ଉପରେ ଆଲୋକପାତ କରି ସୂତା ରଙ୍ଗ ତାଲିମ ଗ୍ରହୀତା ମାନଙ୍କୁ ଉଦବୋଧନ ଦେଇ ଆଗକୁ ଏହି କଳା କୁ ବଞ୍ଚେଇ ରଖିବା ପାଇଁ କହିଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଳା କର୍ମନିଯୁକ୍ତି ଅଧିକାରୀ ଅଜୟ କୁମାର ଦାସ ଯୋଗଦାନ କରି ବୟନ କଳା ଓ ତାର ମହତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସହକାରୀ ବୟନ ଶିଳ୍ପ ନିର୍ଦେଶକ ବିନାୟକ ପୃଷ୍ଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।
ତାଲିମ ଆୟୋଜକ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଚୂଡ଼ ତନ୍ତୁବାୟ ସହଯୋଗ ସମିତିଲିର ସମ୍ପାଦକ ରମେଶ ପ୍ରସାଦ ମେହେର ଅତିଥି ପରିଚୟ ଓ ସଭା ପରିଚାଳନା କରିଥିବା ବେଳେ ଭକ୍ତ ରାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.