Odisha News

ଜିଲ୍ଲାସ୍ତରୀୟ ସହିଦ ଦିବସରେ ବୌଦ୍ଧର ଦୁଇ ସହିଦଙ୍କ ପିତାଙ୍କୁ କରାଗଲା ସମ୍ମାନୀତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୧୦ : ବୌଦ୍ଧ ଜିଲ୍ଲା ପୁଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ଠାରେ ଆଜି ୬୪ ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହିତ ସହିଦ ହୋଇଥିବା ଯବାନ ମାନଙ୍କର ନାମ ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିମାନେ ସହିଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଅତିଥିଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ପଞ୍ଚମ ଇଣ୍ଡିଆନ ରିଜର୍ଭ ବାଟାଲିଆନର ଦୁର୍ଗପତି ଦୁର୍ବାସା ନାଏକ ଯୋଗ ଦେଇଥିଲେ । ଏହି ଅବସରରେ ତେତେଲେଙ୍ଗା ଗ୍ରାମର ସହିଦ ଗୋବିନ୍ଦ ପ୍ରଧାନଙ୍କ ପିତା ଏକାଦଶୀ ପ୍ରଧାନ ଓ ପଦ୍ମନପୁର ଗ୍ରାମର ସହିଦ ବିଭୁଧେନ୍ଦ୍ର ବିଶ୍ୱାଳଙ୍କ ପିତା ବସନ୍ତ ବିହାରୀ ବିଶ୍ୱାଳଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଣାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀ, ଶ୍ରଦ୍ଧାକର ଧରୁଆ, ଆରଆଇ କୁଳମଣି ଗିରି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏମ୍. ମିଞ୍ଜ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଖଗପତି ନାଏକ, ରଙ୍କନିଧି ଜାନୀ, ଡିଏସପି ସଂଯୁକ୍ତା ବାର୍ଲା, ଏସଡିପିଓ କୈଳାସ ଚନ୍ଦ୍ର ସେଠୀ, ଅବକାରୀ ଇନସପେକ୍ଟର ସାଗରିକା ପ୍ରଧାନ, ସବଇନିସପେକ୍ଟର ଅନୀତା ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ, ଆଇଆରବିର ସମସ୍ତ ପୋଲିସ ଅଧିକାରୀ କର୍ମଚାରୀ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.