ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ +୨ ଓ ମାଟ୍ରିକ ପରୀକ୍ଷା ଆୟୋଜନ ପାଇଁ ପ୍ରସ୍ତୁତି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୦/୨ : ବୁଧବାର ଅପରାନ୍ହ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ଚାଲିଥିବା +୨ ପରୀକ୍ଷା ଓ ୨୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।
+୨ କଳାରେ ୧୫ ଗୋଟି ପରୀକ୍ଷା କେନ୍ଦ୍ରରେ ୩୭୩୩ ଛାତ୍ରଛାତ୍ରୀ ଓ ବିଜ୍ଞାନର ଦୁଇଟି ପରୀକ୍ଷା କେନ୍ଦ୍ରରେ ୧୪୧ ଜଣ ଓ ବାଣିଜ୍ୟରେ ୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା ବ୍ୟବସ୍ଥାକୁ ତଦାରଖ ପାଇଁ ୧୫ ପର୍ଯ୍ୟବେକ୍ଷକ ନିଯୁକ୍ତି କରା ଯାଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।
ସେହିପରି ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାରେ ମୋଟ୍ ୩୨ ଗୋଟି ପରୀକ୍ଷା କେନ୍ଦ୍ରରେ ୬୪୮୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ଜିଲ୍ଲାପାଳ ସୁଚନା ଦେଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସମେତ +୨ ପରୀକ୍ଷା ପାଇଁ ବୋର୍ଡ ଦ୍ବାରା ନିଯୁକ୍ତ ସେଣ୍ଟ୍ରାଲ ସ୍କ୍ବାଡ଼୍ ସଦସ୍ୟ ମାନେ ଉପସ୍ଥିତ ଥିଲେ ।