Odisha News

ଜାତୀୟ ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନସିପରେ ନୟାଗଡ଼ ଜିଲ୍ଲାର କୃତିତ୍ୱ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୬/୯ : ଚଳିତ ସେପ୍ଟେମ୍ବର ମାସ ୨ ରୁ ୪ ତାରିଖ ମଧ୍ୟରେ ଝାରଖଣ୍ଡ ରାଞ୍ଚି ଠାରେ ୧୪ତମ ଭଗବାନ ବିର୍ଶାମୁଣ୍ଡା ଜାତୀୟ ଓପନ ଟାଇକୋଣ୍ଡ ଚମ୍ପିୟାନସିପ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ନୟାଗଡ଼ ଓ ଇଟାମାଟି ଅଞ୍ଚଳର ୮ ଛାତ୍ର ଓ ଦୁଇଜଣ କୋଚ ଶ୍ରୀ ପୃଥିବୀ ରାୟଗୁରୁ ଓ ଶ୍ରୀ ଶିବାନନ୍ଦ ରାୟଗୁରୁ ଓଡ଼ିଶା ଟାଇକୋଣ୍ଡ ଆସୋସିଏସନ୍ ଅଧୀନରେ ଝାରଖଣ୍ଡ ଯାତ୍ରା କରିଥିଲେ ।
ଏଥି ମଧ୍ୟରୁ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ଛାତ୍ର ଶ୍ରୀ ପ୍ରିୟାନସୁ ପାଲ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଇଟାମାଟି ପୃଥିବୀ ଟାଇକୋଣ୍ଡ ଆକାଡେମି ର ଛାତ୍ର ଶ୍ରୀ ଆସିସ୍ ସାହୁ ରୌପ୍ୟ ପଦକ ପାଇ ନୟାଗଡ଼ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି ।
ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଅଭିଭାବକ ତଥା ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ମୁଖ୍ୟ ଭବାନୀ ଶଙ୍କର ରାୟଗୁରୁ ଶୁଭେଚ୍ଛା ଜଣାଇବା ସହ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Related Posts

Seo wordpress plugin by www.seowizard.org.